ଚଳିବନି ମନଇଚ୍ଛା ପଲ୍ୟୁସନ ସାର୍ଟିଫିକେଟ, ଅକ୍ଟୋବର ୧ରୁ ବାଧ୍ୟତାମୂଳକ ହେବ ଅନଲାଇନ ସାର୍ଟିଫିକେଟ

ଭୂବନେଶ୍ୱର: ଏଣିକି ଚଳିବନି ମନଇଚ୍ଛା ପଲ୍ୟୁସନ ସାର୍ଟିଫିକେଟ | ଆପଣ ଯଦି କେଉଁ ଅନଧିକୃତ ବା ପରିବହନ ବିଭାଗ ଦ୍ୱାରା ପଂଜିକୃତ ହୋଇନଥିବା ପଲ୍ୟୁସନ ସେଣ୍ଟରରୁ ରିପୋର୍ଟ ଆଣୁଛନ୍ତି ତାହାକୁ ଅଵୈଧାନିକ ଘୋଷଣା କରାଯିବ | କେବଳ ପରିବହନ ବିଭାଗର ‘ବାହନ’ ୱେବସାଇଟରୁ ମିଳିଥିବା ସାର୍ଟିଫିକେଟ ହିଁ ବୈଧ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି | ଆସନ୍ତା ଅକ୍ଟୋବର ୧ ତାରିଖରୁ ଅନଲାଇନ ପଲ୍ୟୁସନ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରାଯିବ | ରାଜ୍ୟ ପରିବହନ କର୍ତୃପକ୍ଷ ଏ ନେଇ ସୂଚନା ଦେଇଛନ୍ତି | ଟ୍ୱିଟର ଯୋଗେ ପରିବହନ ବିଭାଗ ପକ୍ଷରୁ ଏହି ସୂଚନା ଦେବା ସହ ହାଲୁକା ମୋଟର ଯାନ ପାଇଁ ୧୦୦ ଟଙ୍କା ଜିଏସଟି ଅତିରିକ୍ତ, ଦୁଇ ଓ ତିନି ଚକିଆ ଯାଞ୍ଚ ପାଇଁ ପିୟୁସି ସାର୍ଟିଫିକେଟ ୬୦ ଟଙ୍କା ଓ ମଧ୍ୟମ, ଭାରି ଯାନ ପାଇଁ ୧୫୦ ଟଙ୍କା ଜିଏସଟି ଅତିରିକ୍ତ ଦେବାକୁ ପଡିବ |

ଏଠାରେ ସୂଚନା ଥାଉ କି ପୂର୍ବରୁ ପଲ୍ୟୁସନ ସାର୍ଟିଫିକେଟ ପାଇଁ ବିଭାଗ ପକ୍ଷରୁ ମାସେ କୋହଳ କରାଯାଇଥିଲା | ସୂଚାନଯୋଗ୍ୟ ଯେ କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁସାରେ ଗତ ଏପ୍ରିଲ ୧ରୁ ଏହି ନିୟମ ସାରା ଦେଶରେ ଲାଗୁ ହୋଇଛି | କିନ୍ତୁ ଆବଶ୍ୟକୀୟ ଭିତ୍ତିଭୂମି ନଥିବାରୁ ଏହି ନିୟମ ଓଡିଶା ସରକାର ଲାଗୁ କରିନଥିଲେ | ତେଣୁ ଆସନ୍ତା ଅକ୍ଟୋବର ୧ ତାରିଖରୁ ଓଡିଶା ସରକାର ଏହି ନିୟମକୁ ଲାଗୁ କରିବାକୁ ଯାଉଛନ୍ତି | ଏହାର ଅର୍ଥ ହେଉଛି ଅକ୍ଟୋବର ପହିଲାଠାରୁ ମାନୁଆଲ ପ୍ରଦୂଷଣ ସାର୍ଟିଫିକେଟ ଚାଲିବ ନାହିଁ | ଏହା ବଦଳରେ ଅନଲାଇନ ସାର୍ଟିଫିକେଟ ହିଁ ବୈଧ ରହିବ |

ସମ୍ବନ୍ଧିତ ଖବର