ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ଖୁବ୍‌ ଶୀଘ୍ର ସ୍କୁଲ୍‌ରେ ଲାଗୁ କରାଯିବ ଅନ୍‌ଲାଇନ୍‌ ଉପସ୍ଥାନ ବ୍ୟବସ୍ଥା

ଭୁବନେଶ୍ୱର: ସ୍କୁଲ୍‌ ପଢୁଆ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ଖୁବ୍‌ ଶୀଘ୍ର ଅନ୍‌ଲାଇନ୍‌ ଉପସ୍ଥାନ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ପାଇଲଟ୍‌ ପ୍ରକଳ୍ପ ଜରିଆରେ ଏହି ଉପସ୍ଥାନ ପ୍ରକ୍ରିୟା ପ୍ରଥମେ ଗୋଟାଏ ଜିଲ୍ଲାର ଗୋଟିଏ ସ୍କୁଲ୍‌ରୁ ଲାଗୁ ହେବ ବୋଲି ସୂଚନା ରହିଛି।

ଏହି ବ୍ୟବସ୍ଥା ଲାଗୁ ହେବା ଫଳରେ କେତେ ଜଣ ଶିକ୍ଷକ ଓ କେତେ ଜଣ ଛାତ୍ରଛାତ୍ରୀ ସ୍କୁଲ୍‌ରେ କେତେ ସମୟ ବିତାଉଛନ୍ତି ତାହା ଜଣାପଡ଼ିବ। ଶିକ୍ଷା ବିଭାଗ ପକ୍ଷରୁ ପୂରା ରାଜ୍ୟରେ ୧୦୦ଟି ସ୍କୁଲ୍‌ ଅଫ୍‌ ଏକ୍ସଲେନ୍ସ ଚିହ୍ନଟ କରାଯିବ। ଚିହ୍ନଟ କରାଯାଇଥିବା ୧୦୦ଟି ସ୍କୁଲ୍‌ରେ ସ୍ପୋକେନ୍‌ ଇଂଲିଶ ଓ କମ୍ପ୍ୟୁଟର୍‌ ଶିକ୍ଷା ପ୍ରଦାନ କରାଯିବ। କେବଳ ସେତିକି ନୁହେଁ, ଅନ୍ୟାନ୍ୟ ଭିତ୍ତିଭୂମି ବି ଏହି ସ୍କୁଲ୍‌ଗୁଡ଼ିକୁ ଯୋଗାଇ ଦିଆଯିବ । ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ହେଲ୍‌ପଲାଇନ୍‌ ନମ୍ବର ୧୪୪୧୭ ମଧ୍ୟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର