ହୋମିଓପାଥିକ ଓ ଆୟୁର୍ବେଦିକ ପାଠ୍ୟକ୍ରମରେ ୧୦୦୧ ନାମ ପଞ୍ଜୀକରଣ

ଭୁବନେଶ୍ୱର : ରାଜ୍ୟରେ ଥିବା ହୋମିଓପାଥିକ ଏବଂ ଆୟୁର୍ବେଦିକ କଲେଜରେ ନାମଲେଖା ଲାଗି ନାମ ପଞ୍ଜୀକରଣ, ଚଏସ୍‌ ଫିଲିଂ ଏବଂ ଲକିଂ ଆଜି ସରିଛି। ୧୧ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଉଭୟ ପାଠ୍ୟକ୍ରମ ଲାଗି ୧୦୦୧ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ୨୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଅସ୍ଥାୟୀ ସିଟ୍‌ ଆଲଟ୍‌ମେଣ୍ଟ ହେବ। ୨୨ ଏବଂ ୨୩ ତାରିଖରେ ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ଏଥିପାଇଁ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ କାର୍ଯ୍ୟାଳୟରେ ନୋଡାଲ ସେଣ୍ଟର୍‌ ହେବ। ୨୪ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଅସ୍ଥାୟୀ ସିଟ୍‌ ଆଲଟମେଣ୍ଟ ହେବ। ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ଲାଗି ୨୬ ତାରିଖରେ ନୋଡାଲ ସେଣ୍ଟର୍‌ରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ୨୩ ତାରିଖ ଅପରାହ୍‌ଣ ୫ଟା ସୁଦ୍ଧା ଛାତ୍ରଛାତ୍ରୀ ନାମଲେଖା ପ୍ରକ୍ରିୟାରୁ ଓହରିପାରିବେ। ଆସନ୍ତା ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବାକୁ କୁହାଯାଇଛି। ନାମଲେଖା ପରେ ଯଦି କୌଣସି ସିଟ୍‌ ବଳିବ ତେବେ ସେଥିପାଇଁ ୩୦ ଏବଂ ୩୧ ତାରିଖରେ ସ୍ପଷ୍ଟ ନାମଲେଖା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର