କଟକ : ଘରେ ବସି ଆପଣ ଜିତିପାରିବେ ୧ ହଜାର ଟଙ୍କାର ଅର୍ଥରାଶି। ଏଥିପାଇଁ ପରିବହନ ବିଭାଗର ରୋଡ ସେଫ୍ଟି ସୋସାଇଟି ପକ୍ଷରୁ ଅନଲାଇନରେ ପଚରାଯାଉଥିବା ୨୦ଟି ପ୍ରଶ୍ନର ସଠିକ ଉତ୍ତର ଦେବାକୁ ପଡ଼ିବ। ଏବେ ରାଜ୍ୟରେ ଲକଡାଉନ ଜାରି ରହିଥିବାରୁ ଘରେ ଥିବା ବ୍ୟକ୍ତିଙ୍କ ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
ରୋଡ ସେଫ୍ଟି ସୋସାଇଟି ପକ୍ଷରୁ ପ୍ରତ୍ୟେକ ଦିନ HYPERLINK "http://www.Odisharoadsafety.org"www.Odisharoadsafety.org ରେ ସଡ଼କ ସୁରକ୍ଷା ଏବଂ ଲର୍ଣ୍ଣର ଲାଇସେନ୍ସ ମକ୍ ଟେଷ୍ଟର ଅଭ୍ୟାସ ପରୀକ୍ଷା ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ ସାମିଲ ବ୍ୟକ୍ତି ପରିବହନ କମିସନରଙ୍କ ଟୁଇଟର ପେଜକୁ ଫଲୋ ଏବଂ ଫେସବୁକ ପେଜକୁ ଲାଇକ୍ କରୁଥିବା ଆବଶ୍ୟକ। ଯେ କୌଣସି ବର୍ଗର ବ୍ୟକ୍ତି ଏହି ପ୍ରତିଯୋଗିତାରେ ସାମିଲ ହୋଇପାରିବେ। ପ୍ରତ୍ୟେକ ଦିନ ଏହି ଓ୍ବେବସାଇଟରେ ୨୦ଟି ପ୍ରଶ୍ନ ପଚରାଯିବ। ଏହି ପ୍ରଶ୍ନର ଉତ୍ତର ପ୍ରତିଯୋଗୀମାନେ ଅନଲାଇନରେ ଦାଖଲ କରିବେ। ପ୍ରତ୍ୟେକ ଦିନ ଠିକ ଉତ୍ତର ଦେଇଥିବା ୫ ଜଣଙ୍କୁ ଏକ ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ଏବଂ ଡିଜିଟାଲ୍ ସାର୍ଟିଫିକେଟ୍ ଦିଆଯିବ। ଅର୍ଥରାଶି ଗୁଗୁଲ ପେ କିମ୍ବା ଫୋନ୍ ପେ ମାଧ୍ୟମରେ ବିଜେତାଙ୍କ ନିକଟକୁ ପଠାଇ ଦିଆଯିବ। ଯେଉଁମାନେ ନିଜର ଫୋନ ନମ୍ବର ଦେଇ ନଥିବେ, ସେମାନଙ୍କୁ ବାଦ୍ ଦିଆଯିବ। ୫ରୁ ଅଧିକ ଜଣ ଉତ୍ତର ଦେଲେ ଲଟେରି ମାଧ୍ୟମରେ ନାମ ଚୟନ କରାଯିବ। କିମ୍ବା ଯେଉଁମାନେ ପରିବହନ କମିସନରଙ୍କ ଟୁଇଟର ପେଜ କିମ୍ବା ଫେସବୁକ ଫଲୋ କରୁନଥିବେ, କୃତକାର୍ଯ୍ୟ ହୋଇଥିଲେ ସୁଦ୍ଧା ସେମାନଙ୍କୁ ଏଥିରୁ ବାଦ ଦିଆଯିବ। ଲକଡାଉନ ଉଠିବା ଯାଏ ଏହି ପ୍ରତିଯୋଗିତା ଜାରି ରହିବା ନେଇ ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/road-safety.jpg)