ଅନଲାଇନରେ ସମ୍ବାଦ ସାହିତ୍ୟ ଘରର ମାସିକ ବୈଠକ : ଦୁନିଆରେ ମା’ର ବିକଳ୍ପ ନାହିଁ

ଭବାନୀପାଟଣା : ଦୁନିଆରେ ମା’ର ବିକଳ୍ପ ନାହିଁ । ମାନବ ଜାତିର ସୃଷ୍ଟି କର୍ତ୍ତା ମା’ମାନେ ଏବେ ଅବହେଳିତ। ଦୁନିଆକୁ ଆଲୋକ ଦେଖାଉଥିବା ମା’ର ସ୍ନେହ ଭରା ପଣତକାନି ମଣିଷ ଭିତରେ ଏକ ନିଆରା ଅନୁଭୁତି ଅଟେ। ମହମବତୀ ଭଳି ଅନ୍ୟକୁ ଆଲୋକ ଦେଖାଉଥିବା ମା ନିଜେ ଦୁଃଖ ଯନ୍ତ୍ରଣା ଏବଂ ଶୋଷଣର ଶିକାର ହେଉଛି। ମା‘କୁ ସମ୍ମାନ ଏବଂ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଆଜି ସନ୍ଧ୍ୟାରେ ଭବାନୀପାଟଣା ସମ୍ବାଦ ସାହିତ୍ୟ ଘରର ଅନଲାଇନ ଭିଡ଼ିଓ କନ୍‌ଫରେନ୍ସ ଯୋଗେ ଅତିଥିମାନେ ମତ ବ୍ୟକ୍ତ କରିଥିଲେ।

କଳାହାଣ୍ଡି ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାହିତ୍ୟ ଘରର ମାସିକ ବୈଠକରେ ମୁଖ୍ୟ ଅତିଥି ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଶିବରାମ ନାଏକ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବ ବେଳେ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଗାଳ୍ପିକ ସୁକାନ୍ତ ସାହୁ ଯୋଗ ଦେଇ ଉଦବୋଧନ ଦେଇଥିଲେ। ଏହି ମାତୃ ଦିବସ ଅବସରରେ ବିରଞ୍ଚି ନାରାୟଣ ମୁଣ୍ଡ, ମିନତୀ କୁମାରୀ ପ୍ରଧାନ, ଡିଲେଶ୍ୱର ରଣା, ସୁଧୀର କୁମାର ଧଙ୍ଗଡାମାଝୀ, ପରମ ନାଏକ, ଗୀତାଞ୍ଜଳି ମହାନ୍ତି, ଆଶୁତୋଷ ପୁରୋହିତ, ସ୍ୱାବିତ ପାତ୍ର, ସ୍ନିଗ୍ଧାରାଣୀ ସିଂହ, ସବିତା ଶତପଥି, ଆନନ୍ଦ ଶଗଡ଼ିଆ, ଯୁଧିଷ୍ଠିର ମୁଦୁଲି, ନହେଦା ସହିନ, ଚିନ୍ମୟ ପଣ୍ଡା, ସଂଜୀବ ପଣ୍ଡା, ସାବିତ୍ରୀ ମହାରଣା, ସୁଦେସସ୍ନା ପଣ୍ଡା, ଲିପ୍ସା ମହାରଣା, ସୋନାଲି ମହାରଣା,କୁମୁଦ ନାଗ, ରିତା ପଟଯୋଶୀ, କଳ୍ପନା ରଥ, ମଂଜୁରାଣୀ ରଥ, ମିନା ମୁଣ୍ଡ, ନରୋତ୍ତମ ପାତ୍ର, ରୁପ୍ରା ସମ୍ବାଦ ପ୍ରତିନିଧି ଅଜୟ ସେନାପତି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଆଶୁତୋଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର