ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଂଚଳରେ ପୁଣି ଅନଲାଇନ ଠକେଇ ହୋଇଛି। ଏଥର ଜଣେ ବ୍ୟକ୍ତିକୁ ଅଜଣା ଫୋନ କଲ୍ରୁ ନିଜକୁ ଜଣେ ବ୍ୟାଙ୍କର ଅଧିକାରୀ କହି ତା ବ୍ୟାଙ୍କ୍ ପାସ୍ ବୁକରେ ଥିବା ୪୯୯୯ ଟଙ୍କା କାଢି ନେଇଛି। ଏ ନେଇ ଠକେଇର ଶିକାର ହୋଇଥିବା ଡାବୁଗାଁ ଥାନା ଧାମନାଗୁଡ଼ା ମେଟ ଗୁଡ଼ାର ସତ୍ୟରାମ ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ୫୦/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ ଗତକାଲି ବୁଧବାର ଦିନ ଡାବୁଗାଁ ଥାନା ଧାମନାଗୁଡ଼ା ନିକଟ ମେଟ ଗୁଡ଼ାର ସତ୍ୟରାମ ଭତରାକୁ ଏକ ଅଜଣା ଫୋନ୍ ନମ୍ୱରରେ ଫୋନ୍ କାଲ୍ ଆସିଥିଲା। ସେହି ଅଜଣା ବ୍ୟକ୍ତି ଜଣକ ନିଜକୁ ବ୍ୟାଙ୍କର ଅଧିକାରୀ କହି ବ୍ୟାଙ୍କ୍ ପାସ ବୁକ୍, ଆଧାର ନମ୍ୱର୍ ମାଗି ଥିଲା। ଏହା ପରେ ମୋବାଇଲରେ ଓଟିପି ନମ୍ୱର୍ କହିବାକୁ କହିଥିଲା।ନଚେତ୍ ବ୍ୟାଙ୍କ୍ ଖାତା ବନ୍ଦ ହୋଇଯିବ ବୋଲି କହିବାରୁ ସମସ୍ତ ତଥ୍ୟ ସହ ଓଟିପି ନମ୍ୱର୍ ମଧ୍ୟ ସତ୍ୟରାମ୍ ଭତରା ଉକ୍ତ ଅଜଣା ବ୍ୟକ୍ତିକୁ ଦେଇ ଦେଇଥିଲା। ଏହା ପରେ ସତ୍ୟରାମ ଭତରାର ଏସବିଆଇ ବ୍ୟାଙ୍କ୍ ଖାତାରୁ ୪୯୯୯ ଟଙ୍କା ଗାୟବ ହୋଇଯାଇଥିଲା। ସତ୍ୟରାମ୍ ଭତରା ବିଳମ୍ବରେ ହେଲେ ମଧ୍ୟ ଠକେଇର ଶିକାର ହୋଇଥିବା ଜାଣି ଡାବୁଗାଁ ଥାନାରେ ଗତକାଲି ଏକ ଏତଲା ଦେଇଥିଲା। ଏତଲାକୁ ଭିତ୍ତି କରି ଡାବୁଗାଁ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିଆ କେଶ୍ ନ ୫୦/୨୦ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଡାବୁଗାଁ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ପରିଚାଳକଙ୍କୁ ଠକେଇ ହୋଇଥିବା ତଥ୍ୟ ପ୍ରଦାନ କରିଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/online-scammer.jpg)