ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଜାରି ରହିଥିବା ଲକଡାଉନ୍ ସମୟରେ ଚାଷୀ ଭାଇମାନେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏ ନେଇ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଚିତ୍ର ମଧ୍ୟ ପ୍ରତିଦିନ ସାମ୍ନାକୁ ଆସୁଛି । ଏହି ସମସ୍ୟାକୁ ଦୂର କରିବାକୁ ସାମାଜିକ ଦୂରତା ବଜାୟ ରଖି ସରକାର ଆରମ୍ଭ କରିଛନ୍ତି ଅନଲାଇନରେ ପରିବା ବିକ୍ରି । ପନିପରିବା ଓ ଫଳଚାଷୀଙ୍କ କଷ୍ଟ ଉପାର୍ଜିତ ପରିଶ୍ରମକୁ ବିକ୍ରିବଟା କରିବା ପାଇଁ ରାଜ୍ୟ କୃଷିମନ୍ତ୍ରୀଙ୍କ ତତ୍ୱାବଧାନରେ odihortmarketing.nic.in ୱେବସାଇଟର ଶୁଭାରମ୍ଭ କରିଛନ୍ତି ।

Advertisment

ଏହାଦ୍ୱାରା ରାଜ୍ୟର ୩୦ଟି ଜିଲ୍ଲାର ଉଦ୍ୟାନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ତାଙ୍କ ଜିଲ୍ଲାର ବଳକା ଉତ୍ପାଦିତ ଦ୍ରବ୍ୟକୁ ୱେବସାଇଟରେ ଦର୍ଶାଇବେ, ଯାହାକି ସମ୍ପୃକ୍ତ ବ୍ୟବସାୟୀମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ ଏବଂ ସେମାନେ ବିଭାଗୀୟ ଜିଲ୍ଲାସ୍ତରୀୟ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ କରି ଚାଷୀମାନେ ନିଜ ଉତ୍ପାଦିତ ଦ୍ରବ୍ୟକୁ ଉଚିତ୍ ମୂଲ୍ୟରେ ବିକ୍ରି କରିପାରିବେ ।

ତେବେ ବର୍ତ୍ତମାନ ସୁଦ୍ଧା ଏହି ୱେବସାଇଟରେ ୧୫ଶହରୁ ଅଧିକ ବ୍ୟବସାୟୀଙ୍କର ତାଲିକା ଉପଲବ୍ଧ କରାଯାଇଛି । ବ୍ୟବସାୟୀମାନଙ୍କ ଅବଗତି ନମନ୍ତେ ରାଜ୍ୟରେ ଚାଷୀମାନେ ପାଖରେ ବଳକା ଥିବା ଦ୍ରବ୍ୟର ସ୍ଥିତି ସମ୍ପର୍କରେ ଏସଏମଏସ୍ ମାଧ୍ୟମରେ ବ୍ୟବସାୟୀମାନଙ୍କୁ ଜଣାଇ ପାରିବେ । କୃଷିମନ୍ତ୍ରୀ କହିଛନ୍ତି କି, ଲକଡାଉନ୍ ସମୟରେ ଚାଷୀ ଭାଇମାନେ ଯେଉଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ତାହାକୁ ଦୂର କରିବାରେ ଆମ ବିଭାଗ ସର୍ବଦା ତତ୍ପର ରହିଛି ।