ଅନ୍‌ଲାଇନ୍‌ ସପିଙ୍ଗ ନାଁରେ ଠକେଇ, ୯୯ ବଦଳରେ ୧୨ ହଜାର ଗାଏବ୍‌

ପଣ୍ଡାପଡ଼ା:  ଘଟଗାଁ ବ୍ଲକ୍‌ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବିନିଦା ପଞ୍ଚାୟତର ମସିଣାଯୋଡ଼ି ଗ୍ରାମର ଜଣେ ଯୁବକ ଅନ୍‌ଲାଇନ୍‌ ସପିଂ କରିବା ବେଳେ ଠକେଇର ଶିକାର ହୋଇଛନ୍ତି। ସମ୍ପୃକ୍ତ ଯୁବକ ଜଣଙ୍କ ହେଲେ କ୍ଷୀରୋଦ କୁମାର ପରିଡ଼ା। ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୯ ଟଙ୍କା ବଦଳରେ ୧୨ ହଜାର ୭୧୪ ଟଙ୍କା ୨୮ ପଇସା ଗାଏବ ହୋଇଯାଇଛି। ଏନେଇ ସେ କେନ୍ଦୁଝର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

କ୍ଷୀରୋଦଙ୍କ ଅଭିଯୋଗ ଅନୁସାରେ, ଗତ ୨୧ ତାରିଖରେ ସେ ବ୍ଲୁଟୁଥ୍ ହେଡ୍‌ଫୋନ୍‌ ମୂଲ୍ୟ ୯୯ଟଙ୍କା ଥିବା ବିଜ୍ଞାପନ ଦେଖିବାକୁ ପାଇଥିଲେ। ତାହାକୁ କିଣିବା ପାଇଁ ସେ ଉକ୍ତ ଲିଙ୍କରେ କ୍ଲିକ୍ କରିଥିଲେ। ପରେ ତାଙ୍କ ଏଟିଏମ୍ କାର୍ଡ ନମ୍ବର ଦେବାକୁ କୁହାଯାଇଥିଲା। ସେ ଏଟିଏମ୍‌ କାର୍ଡ ନମ୍ବର ଓ ପରେ ଓଟିପି ଦାଖଲ କରିଥିଲେ। ଏହାପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୯‌ ଟଙ୍କା ପରିବର୍ତ୍ତେ ୧୨ ହଜାର ୭୧୪ ଟଙ୍କା ୨୮ ପଇସା କଟିଯାଇଥିଲା। ସେ ସାଇବର ଠକେଇର ଶିକାର ହୋଇଥିବା ଜାଣି ଥାନାର ଦ୍ବାରସ୍ଥ ହୋଇଛନ୍ତି। ସଂପୃକ୍ତ ସଂସ୍ଥା ବର୍ତ୍ତମାନ ସୁଦ୍ଧା କୌଣସି ଜିନିଷ ମଧ୍ୟ ପଠାଇ ନଥିବା କ୍ଷୀରୋଦ କହିଛନ୍ତି।

ସମ୍ବନ୍ଧିତ ଖବର