ଯୁକ୍ତ୨ ଅନ୍‌ଲାଇନ୍‌ ଶିକ୍ଷା ପାଇଁ ସର୍ଭେ

ଭୁବନେଶ୍ବର : ଯୁକ୍ତ୨ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷା ଲାଗି ଭିତ୍ତିଭୂମି କ’ଣ ରହିଛି? କେତେଜଣ ଛାତ୍ରଙ୍କ ଘରେ ଟିଭି ରହିଛି? କେତେଜଣଙ୍କ ପାଖରେ ଆଣ୍ଡ୍ରଏଡ୍‌ ମୋବାଇଲ୍‌ ଅଛି? କେତେଜଣଙ୍କର ଇଣ୍ଟରନେଟ୍‌ ସୁବିଧା ରହିଛି? ଆଦି ବିଷୟରେ ତଥ୍ୟ ଦେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ନିର୍ଦେଶାଳୟ ନିର୍ଦେଶକ ବୃନ୍ଦାବନ ବେହେରା ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ କୋଭିଡ୍‌-୧୯ କେତେ ଦିନ ଯାଏ ଓଡ଼ିଶା‌ରେ ରହିବ, ତାହା କହିହେବ ନାହିଁ। ଏଭଳି ସମୟରେ ଯୁକ୍ତ୨ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ପ୍ରଭାବିତ ହେବ। ତେଣୁ ଚକ୍‌ ଓ ଟକ୍‌ର ବିକଳ୍ପ ଭାବେ ଡିଜିଟାଲ ପାଠପଢ଼ା ଜାରି ରଖିବାକୁ ଯୋଜନା କରାଯାଇଛି। ସେହି ଅନୁଯାୟୀ ବିଦ୍ୟାର୍ଥୀଙ୍କର କେଉଁଭଳି ଭିତ୍ତିଭୂମି ରହିଛି, ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ। ତାହାକୁ ଦୃଷ୍ଟିରେ ରଖି ଜୁଲାଇ ୩୧ ସୁଦ୍ଧା ସମସ୍ତ ତଥ୍ୟ ନିର୍ଦେଶାଳୟ ଇ-ମେଲ୍‌ରେ ପଠାଇବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର