ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ପାଇଁ ଅନଲାଇନ ବ୍ୟବସ୍ଥା

ଭୁବନେଶ୍ବର : ରାଜ୍ୟର ବିଭନ୍ନ ସ୍ଥାନରେ ହେଉଥିବା କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନକୁ ସୁବ୍ୟବସ୍ଥିତ କରିବା ଲାଗି ରାଜଭବନ ପକ୍ଷରୁ ପୂର୍ବରୁ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜ୍ୟୁର ଜାରି କରାଯାଇଥିଲା। ଏବେ ଏହାକୁ ଆହୁରି ସରଳ, ସହଜ ତଥା କ୍ରିୟାଶୀଳ କରିବା ଲାଗି ରାଜଭବନ ପୋଗ୍ରାମ ମ୍ୟାନେଜମେଣ୍ଟ ନାମରେ ଏକ ସଫ୍ଟଓୟାର ଆପ୍ଲିକେସନ ପ୍ରସ୍ତୁତ କରାଯାଇଛି। ଏହା ମାଧ୍ୟମରେ ୨୦୧୯ ଫେବ୍ରୁଆରିରୁ ବିଭିନ୍ନ ସଂସ୍ଥାମାେନ ତାଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଉପସ୍ଥିତି ପାଇଁ ଅନଲାଇନ୍ ଆବେଦନ କରିପାରିବେ। ଆସନ୍ତା ଜାନୁଆରି ପହିଲାରେ ରାଜ୍ୟପାଳ ଏହାର ଶୁଭାରମ୍ଭ କରିବେ।

ରାଜଭବନ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି, www.rajbhavanodisha.gov.inର ହୋମ ପେଜରେ ଏହା ଉପଲବ୍ଧ ହୋଇପାରିବ। ଆବେଦନରେ ତଥ୍ୟ ଓ ଆବେଦନ କରୁଥିବା ସଂସ୍ଥାର ତଥ୍ୟ ପୂରଣ କରି ଅନଲାଇନରେ ପଠାଇବା ପରେ ଏହାର ପ୍ରିଣ୍ଟଆଉଟ୍ ସଂଗ୍ରହ କରିବାକୁ େହବ। ଏହି ବାରକୋଡଯୁକ୍ତ ଆବେଦନପତ୍ରରେ ଦସ୍ତଖତ କରି ସଂସ୍ଥାର େଲଟର ପ୍ୟାଡରେ ସାଦା ଦରଖାସ୍ତ ରାଜଭବନକୁ ପଠାଇବାକୁ େହବ। ଏହା ମାଧ୍ୟମରେ କାର୍ଯ୍ୟକ୍ରମର ୬୦ ଦିନ ପୂର୍ବରୁ ତଥା ୨୫ ଦିନ ପୂର୍ବ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରାଯାଇପାରିବ େବାଲି କୁହାଯାଇଛି। ତେବେ ରାଜଭବନରେ ଏହା କାର୍ଯ୍ୟକ୍ରମର ୨୦ ଦିନ ପୂର୍ବରୁ ପହଞ୍ଚିବା ଆବଶ୍ୟକ।

ସମ୍ବନ୍ଧିତ ଖବର