ବିପିୟୁଟି ପିଏଚ୍‌ଡି ପାଇଁ ଅନ୍‌ଲାଇନ୍‌ରେ ପରୀକ୍ଷା

ଭୁବନେଶ୍ବର : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ଅଧୀନରେ ପିଏଚ୍‌ଡି କରିବାକୁ ଥିବା ପ୍ରାର୍ଥୀଙ୍କ ଲାଗି ଆସନ୍ତା ୨୮ ତାରିଖରୁ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହେବ। ୨୦୨୦-୨୧ ପିଏଚ୍‌ଡି କାର୍ଯ୍ୟକ୍ରମ ପାଇଁ ହେବାକୁ ଥିବା ଏହି ପରୀକ୍ଷା ୩୦ ମାର୍କର ହେବ ଏବଂ ପାସ୍‌ ମାର୍କ ୧୫ ରହିବ। ବିଶ୍ବବିଦ୍ୟାଳୟ ଏକାଡେମିକ ରେଗୁଲେସନ ପିଏଚ୍‌ଡି ପୋଗ୍ରାମ-୨୦୧୯ ଅନୁଯାୟୀ ସମସ୍ତ ବର୍ଗର ପ୍ରାର୍ଥୀଙ୍କ ପାସ୍‌ ମାର୍କ ସମାନ ରଖାଯାଇଛି। ପ୍ରାର୍ଥୀମାନେ ନିର୍ଦ୍ଧାରିତ ତାରିଖ ଓ ସମୟରେ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ। ଯେଉଁମାନେ ବିଳମ୍ବ କରିବେ ସେମାନଙ୍କୁ ସୁଯୋଗ ମିଳିବ ନାହିଁ। ପରୀକ୍ଷାର ୩୦ ମିନିଟ୍‌ ପୂର୍ବରୁ ପ୍ରାର୍ଥୀଙ୍କୁ ସେମାନଙ୍କ ମେଲ୍‌ ଆଇଡିରେ ଲିଙ୍କ୍‌ ପ୍ରଦାନ କରାଯିବ। ଏପ୍ରିଲ ୨୮ରୁ ମେ’ ପହିଲା ମଧ୍ୟରେ ୯ଟି ବିଷୟ ଲାଗି ଏହି ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର