ଏହି ତାରିଖରୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀରେ ମ୍ୟାଚ ପାଇଁ ଟିକେଟ ବିକ୍ରି

କଟକ: ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ଜୁନ୍ ୯ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧୯ ତାରିଖରେ ଶେଷହେବ। ନୂଆଦିଲ୍ଲୀରେ ପ୍ରଥମ ମ୍ୟାଚ୍ ଜୁନ୍ ୯ରେ ଖେଳାଯିବା ପରେ ଦ୍ବିତୀୟ ମ୍ୟାଚ୍ ଜୁନ୍ ୧୨ ତାରିଖରେ କଟକରେ ଆୟୋଜିତ ହେବ। ସେହିଭଳି ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ମୁକାବିଲା ଯଥାକ୍ରମେ ବିଶାଖାପାଟଣା, ରାଜକୋଟ ଏବଂ ବେଙ୍ଗାଲୁରୁରେ ଜୁନ୍ ୧୪, ୧୭ ଏବଂ ୧୯ ତାରିଖରେ ଖେଳାଯିବ। ତେବେ ଏଥିନେଇ ଆଜି ଓସିଏ ପକ୍ଷରୁ ରାଜ୍ୟ କ୍ରୀଡ଼ା ବିଭାଗ ସହ କମିଶନରେଟ ପୁଲିସ ସହ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଏହି ଆଲୋଚନା ମୁତାବକ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି |

ଜୁନ ୧ ରୁ ଅନଲାଇନରେ ଟିକେଟ ସେଲ ହେବାକୁ ଥିବାବେଳେ ୯ ଓ ୧୦ ତାରିଖ ଅଫଲାଇନ୍ ଟିକେଟ ବିକ୍ରି ହେବ | ସେହିପରି ଦର୍ଶକଙ୍କୁ ମ୍ୟାଚ୍ ଦେଖିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି | ଯେହେତୁ ରାଜ୍ୟରେ ସଂକ୍ରମଣ କମିଛି ତେଣୁ କୋଭିଡ଼ ପ୍ରୋଟୋକଲ ରହିବ ନାହିଁ | ଆଜିର ବୈଠକରେ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଛି | ୧୦ ତାରିଖରେ ଉଭୟ ଦଳ ଭୁବନେଶ୍ବରରେ ପହଞ୍ଚିବେ | ଟିକେଟ ବିକ୍ରି ବେଳେ ପୁଲିସ ଶୃଙ୍ଖଳା ଉପରେ ନଜର ରଖିବା ସହ ଅନଲାଇନ୍ ଟିକେଟ ଚିଟିଂ ରୋକିବା ଉପରେ ଓସିଏ ନଜର ରଖିବ |

ଦର୍ଶକ କ୍ଷମତା ନଜରରେ ରଖି ପାର୍କିଂ ପ୍ଲେସ ବ୍ୟବସ୍ଥା ରହିବ | ସୂଚନା ଥାଉ କି ବାରବାଟୀରେ ପୂର୍ଣ୍ଣ ଦର୍ଶକଙ୍କୁ ବିସିସିଆଇ ଅନୁମତି ଦେବା ପରେ ଆଜି ରାଜ୍ୟ ସରକାର ମଧ୍ୟ ଗ୍ରୀନ ସିଗନାଲ ଦେଇଛନ୍ତି । ମ୍ୟାଚ ପରିଚାଳନା ନେଇ ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ପରେ ଅନଲାଇନ ଟିକେଟ ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁନ୍ ୧ ତାରିଖରୁ ଅନଲାଇନ ଟିକେଟ ଉପଲବ୍ଧ ହେବ ।

ସମ୍ବନ୍ଧିତ ଖବର