ସ୍ବାଧୀନତା ଦିବସ ଅବସରରେ ଅନ୍‌ଲାଇନ୍‌ ରଚନା ପ୍ରତିଯୋଗତା

ଭୁବନେଶ୍ବର : ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହେବ। ୯ମ, ଦଶମ ଶ୍ରେଣୀ ଏବଂ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ମାଧ୍ୟମରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ‘ଆତ୍ମନିର୍ଭର ଭାରତ/ସ୍ବତନ୍ତ୍ର ଭାରତ’ ବିଷୟ ଉପରେ ଏହି ରଚନା ପ୍ରତିଯୋଗିତା ଆୟୋଜନ କରାଯିବ। ଆଗ୍ରହୀ ଛାତ୍ରଛାତ୍ରୀ ଅଗଷ୍ଟ ୧୪ ସୁଦ୍ଧା ସିଧାସଳଖ କେନ୍ଦ୍ର ସରକାରଙ୍କ ପୋର୍ଟାଲ ‘https://innovate.mygov.in/essay-competition’ ରେ ପଠାଇପାରିବେ। ଜାତୀୟସ୍ତରରେ କୃତିତ୍ବ ଅର୍ଜନ କରୁଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଦିଆଯିବ। ଏହି ରଚନା ପ୍ରତିଯୋଗିତାରେ ଭାଗନେବା ଲାଗି ଲାଗି ସ୍କୁଲ ଓ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଟିଇ ଆଣ୍ଡ ଏସ୍‌ସିଇଆରଟି ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର