ଶ୍ରୀହୀନ ହୋଇପଡିଛି ମାଲକାନଗିରି କ୍ରୀଡା ଛାତ୍ରାବାସ; ଏବେ ମାତ୍ର ୧୮ ଜଣ କ୍ରୀଡା ଛାତ୍ର ରହୁଛନ୍ତି

ମାଲକାନଗିରି: କ୍ରୀଡା କ୍ଷେତ୍ରରେ ଲୁକାୟିତ ପ୍ରତିଭା ଆନେଶ୍ୱନ ନିମନ୍ତେ କେତେ କଣ ଯୋଜନା କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି। ଏହି ଯୋଜନାରୁ ରାଜ୍ୟର ଅନେକ ପ୍ରାତିଭା ଦେଶ ରାଜ୍ୟ ନିମନ୍ତେ ସୁନାମ ଆଣିଦେଇଛନ୍ତି। ଯେମିତି ସୁନ୍ଦରଗଡ଼ ଜିଲ୍ଲାକୁ ହକିର ଏନ୍ତୁଡ଼ିଶାଳ କୁହାଯାଇଥିବା ବେଳେ ଉପାନ୍ତ ମାଲକାନଗିରି ଜିଲ୍ଲା ଭଳିବଲ ଏବଂ ଧନୁତୀର କ୍ରୀଡ଼ାରେ ନିଜର ପରିଚୟ ସୃଷ୍ଟି କରିପାରିଛି। କିନ୍ତୁ ଏବେ ପ୍ରଶାସନର ଅବହେଳା ଯୋଗୁଁ ମାଲକାନଗିରି ଜିଲ୍ଲାର ଏକମାତ୍ର ସ୍ପୋର୍ଟସ କମ୍ପ୍ଲେକ୍ସ ଶ୍ରୀହୀନ ହୋଇପଡିଛି। ଫଳରେ କ୍ରୀଡ଼ାବିତ ଏବଂ କ୍ରୀଡ଼ାପ୍ରେମୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଉପାନ୍ତ ମାଲକାନଗିରି ଜିଲ୍ଲା ରାଜ୍ୟରେ ଅନୁନ୍ନତ ଜିଲ୍ଲା ତାଲିକାରେ ରହିଛି ସତ। କିନ୍ତୁ କ୍ରୀଡା କ୍ଷେତ୍ରରେ ରାଜ୍ୟରେ ବିଗତ ଦିନରେ ନିଜର ନାଁ କୁ ଏକ ନମ୍ବର କରି ପାରିଥିଲା।ଏବେ କିନ୍ତୁ ତାହା ନଥିରେ ହିଁ ସୀମିତ ହୋଇଯାଇଛି।

୨୦୧୨ ମସିହାରେ ତତ୍‌କାଳୀନ ଜିଲ୍ଲାପାଳ ବଲବନ୍ତ ସିଂ ବି.ଆର.ଜି. ଏଫ ଫଣ୍ଡରେ ୭୫ଜଣ କ୍ରୀଡା ଛାତ୍ରଙ୍କୁ ନେଇ ଏକ ନର୍ସରି କ୍ରୀଡା ଛାତ୍ରବାସ ଆରମ୍ଭ କରୁଥିଲେ। ଏହି କ୍ରୀଡ଼ାବିତଙ୍କୁ ପ୍ରଶିକ୍ଷଣ ଦେଇ ଭଳିବଲ , ଅର୍ଚେରୀ ଏବଂ ୱାଟ ଲିଫ୍ଟଇଂ ରେ ସଫଳତା ହାସଲ କରିଥିଲେ। ଜିଲ୍ଲାର ସଫଳତା ଦେଖି ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାର ସ୍ପୋର୍ଟସ କମ୍ପ୍ଲେକ୍ସକୁ ସ୍ପୋର୍ଟସ ହଷ୍ଟେଲରେ ପରିଣତ କରିଥିଲେ। ଏହାପରେ ଜିଲ୍ଲାରେ କ୍ରୀଡ଼ାବିତ ମାନେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ସାମିଲ କରିଥିଲେ। ଯାହାକି ୨୦୧୨ ରୁ ୨୦୧୭ ଯାଏ ଜିଲ୍ଲାର ୨୩୪ଜଣ ଜାତୀୟ ସ୍ତରରେ ଏବଂ ଜଣେ କ୍ରୀଡା ଛାତ୍ରୀ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ଭଳିବଲ ଖେଳରେ ସାମିଲ କରିଥିଲେ। ସେ ହେଉଛନ୍ତି ସିରସା କୁରାମି। ଆଦିବାସୀ ଛାତ୍ରୀ ସିରିସା କୁରାମି ଅନ୍ତର୍ଜାତୀୟ ଭଳିବଲ ଖେଳରେ ନିଜକୁ ସାମିଲ କରି ଜିଲ୍ଲାର ନାମକୁ ଟେକ ରଖିଥିଲେ। ଏଥିନେଇ ସଚିନ ତେନ୍ଦୁଲକର ତାଙ୍କର ଟୁଇଟ କରି ଶୁଭେଚ୍ଛା ଜଣାଇଥିଲେ।  ଏତେ ସଫଳତା ହାସଲ କରିଥିବା ଭଳିବଲ ଏବଂ ଅର୍ଚେରୀର ଖଣି ବ୍ଲାଉଥିବା ମାଲକାନଗିରି ଜିଲ୍ଲା ଏବେ ନିଜର ଅସ୍ତିତ୍ୱ ହରାଇ ବସିଛି।

ବର୍ତ୍ତମାନ ଏହି କ୍ରୀଡା ବାସ ରେ ମାତ୍ର ୧୮ ଜଣ ପିଲା ରହୁଛନ୍ତି।ତାହା ପୁଣି ଦୟନୀୟ ଅବସ୍ଥାରେ। କ୍ରୀଡ଼ାବିତଙ୍କ ନିମନ୍ତେ ନା ରହିଛି ଭିତ୍ତିଭୂମି ନାରହିଛି ପ୍ରଶିକ୍ଷକ। କ୍ରୀଡ଼ାରେ ସୁନାମ ଅର୍ଜନ କରୁଥିବା  କ୍ରୀଡ଼ାବିତମାନେ ଏହି ଅବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଦାୟୀତ୍ୱରେ ରହିଥିବା କ୍ରୀଡା ଅଧିକାରୀଙ୍କ ଦାଇତ୍ୱ ହୀନତା ବୋଲି ଅଭିଯୋଗ କରିଛନ୍ତି।ରାଜ୍ୟ ତଥା ଦେଶ ବିଦେଶରେ କ୍ରୀଡା କ୍ଷେତ୍ରରେ ସୁନାମ ଆଣିଦେଇଥିବା ମାଲକାନଗିରି ଜିଲ୍ଲାର ସହ ସହ ଛାତ୍ର ଛାତ୍ରୀ ପୂର୍ବ ଦିନର ସଫଳତା କୁ ଝୁରି ହେଉଛନ୍ତି। ଯାହା କ୍ରୀଡ଼ାବାସ ରେ ରହିଥିବା ଭିତି ଭୂମି ଏବେ ଅସାଧାରଣ ଲୋକଙ୍କ ଅଡ୍ଡା ସ୍ଥଳୀ ପାଲଟିଛି, ଯାହାର ବାସ୍ତବତା ଏହି ସବୁ ଚିତ୍ରି ବୟାନ କରୁଛି। ମାଲକାନଗିରି ଜିଲ୍ଲାରେ କ୍ରୀଡ଼ାରେ ଅନେକ ପ୍ରତିଭା ଲୁକାୟିତ ଭାବରେ ରହିଛି। ଯେଉଁଭଳି ତତ୍କାଳୀନ କ୍ରୀଡା ଅଧିକାରୀ ଜନେନ୍ଦ୍ର ବଢ଼ାଇ ଗ୍ରାମ ଗ୍ରାମ ଯାଇ କ୍ରୀଡ଼ାବିତମାନକୁ ଅନ୍ବେଷଣ କରି ଆଣୁଥିଲେ। ଏବେ ସେ ସବୁ ଦେଖିବାକୁ ମିଳୁନାହିଁ।

ଅପରପକ୍ଷରେ ବର୍ତ୍ତମାନର କ୍ରୀଡା ଅଧିକାରୀ ସରକାରୀ ଅନୁଦାନ କୁ ଅପେକ୍ଷା କରି ପ୍ରତିଭା ଅପେକ୍ଷା କରିଛନ୍ତି। କ୍ରୀଡା ଅଧିକାରୀ ଜିଲ୍ଲା ପ୍ରଶାସନ ନିକଟରେ ସମସ୍ତ ପ୍ରକାର ଭିତି ଭୂମି ନିମନ୍ତେ ଜଣାଇ ଦେଇଛନ୍ତି। ଆଗାମୀ ଦିନରେ କ୍ରୀଡା ଛାତ୍ରୀଙ୍କ ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି କ୍ରୀଡ଼ାଧିକାରୀ କହିଛନ୍ତି।ରାଜ୍ୟର ଭଳିବଲ ଖେଳର ଭାତ ହାଣ୍ଡି ବୋଲାଉଥିବା  ମାଲକାନଗିରି ଜିଲ୍ଲାର ଏହି କ୍ରୀଡ଼ାବାସ ପ୍ରତି ଜିଲ୍ଲା ପ୍ରଶାସନ ଏବଂ ଦାଇତ୍ୱ ହୀନତା କ୍ରୀଡ଼ାଧିକାରୀ ଯଦି କାର୍ଯ୍ୟକରନ୍ତି ତେବେ ବାସ୍ତବରେ ଏହା ନିଜର ସତ୍ତା ହରାଇବ।ଏଥିନେଇ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି।

 

ସମ୍ବନ୍ଧିତ ଖବର