ବାରଙ୍ଗ: ଆଜି ନନ୍ଦନକାନନର ଏକ ମାତ୍ର ପୁରୁଷ ଜେବ୍ରାର ମୃତ୍ୟୁ ଘଟିଛି। ସକାଳୁ ଜେବ୍ରାଟି ରହୁଥିବା ୩୪ ‘କ’ ଖୁଆଡ ମଧ୍ୟରେ ମରି ପଡିଥିବା ଦେଖିବାକୁ ପାଇଥିଲେ ଜନ୍ତୁ ରକ୍ଷକ । ଜେବ୍ରାଟିର ଆକସ୍ମିକ ମୃତ୍ୟୁ ହୋଇଛି । ଏହାଦ୍ୱାରା ନନ୍ଦନକାନନରେ ଜେବ୍ରାବଂଶ ଲୋପ ପାଇଛି। ମୃତ ଜେବ୍ରାଟିର ବୟସ ଅଢେଇ ବର୍ଷ ହୋଇଥିଲା । ଗତ ୨୦୧୫ ମସିହା ସେପ୍ଟେଟର ମାସରେ ଜେବ୍ରାଟିକୁ ଅନ୍ୟ ୩ ସାଥୀଙ୍କ ସହିତ ଇସ୍ରାଏଲର ତେଲଆବିଭରୁ ନନ୍ଦନକାନନକ ଅଣାଯାଇଥିଲା
ଜେବ୍ରାଟିର କେମିତି ମୃତ୍ୟୁ ଘଟିଛି ତାହା ଜଣା ପଡିନାହିଁ । ପୂର୍ବରୁ ଦୁଇଟି ଜେବ୍ରାଙ୍କର ମୃତ୍ୟୁ ହୋଇଥିଲା ଓ ଗତ ମଇ ମାସ ୩୦ ତାରିଖରେ ଏକ ପୁରୁଷ ଜେବ୍ରାର ମୃତ୍ୟୁ ପରେ ନନ୍ଦନକାନରେ ମାତ୍ର ଗୋଟିଏ ଜେବ୍ରା ଥିଲା । ଆଜି ଏହାର ମୃତ୍ୟୁ ପରେ ନନ୍ଦନକାନନରୁ ଜେବ୍ରା ବଂଶ ଲୋପ ପାଇଛି । ଜେବ୍ରଟିର ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ରିପୋଟ ଆସିବା ପରେ ଜଣା ପଡିବ ବୋଲି ନନ୍ଦନକାନନ କର୍ତୁପକ୍ଷଙ୍କ ସୂତ୍ରରୁ ଜଣାପଡିଛି । ତେବେ ଗତକାଲି ରାତିରେ ବଜ୍ରପାତରେ ଜେବ୍ରାଟିର ମୃତ୍ୟୁ ଘଟିଥିବା ଚର୍ଚ୍ଚା ହେଉଛି।
ନନ୍ଦନକାନନରେ ଜେବ୍ରାବଂଶ ଲୋପପାଇଲା, ଏକମାତ୍ର ପୁରୁଷ ଜେବ୍ରାର ଆକସ୍ମିକ ମୃତ୍ୟୁ
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)