ବାଲେଶ୍ବର: ବାଲେଶ୍ବର ଜାତୀୟ ରାଜପଥ ବାମପଦାଠାରେ ନବନିର୍ମିତ ଏମ୍ସ ସାଟେଲାଇଟ୍ ସେଣ୍ଟରର ସାପ୍ତାହିକ ଓପିଡି ସେବା ଆଜି ଆରମ୍ଭ ହୋଇଛି। ବିଶେଷଜ୍ଞ ଡାକ୍ତରମାନେ ସକାଳ ୮ଟାରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ରୋଗୀସେବା ପ୍ରଦାନ କରିଥିଲେ। ଏହି ଦୁଇଦିନରେ ଏଣ୍ଡୋକ୍ରିନୋଲୋଜି (ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ) ବିଭାଗର ବିଶେଷଜ୍ଞ ଡାକ୍ତର କିଶୋର କୁମାର ବେହେରା, ଜେନେରାଲ୍ ସର୍ଜରୀ(ଶଲ୍ୟ ଚିକିତ୍ସା) ବିଭାଗର ବିଶେଷଜ୍ଞ ଡାକ୍ତର ଶାନ୍ତନୁ କୁମାର ସାହୁ ଏବଂ ସ୍କିନ୍(ଚର୍ମ ରୋଗ) ବିଭାଗର ବିଶେଷଜ୍ଞ ଡାକ୍ତର ମନୋଜ କୁମାର ନାୟକ ରୋଗ ସମ୍ବନ୍ଧରେ ପରାମର୍ଶ ଦେଇଥିଲେ।
ବହିଃର୍ବିଭାଗ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ ପ୍ରତି ସପ୍ତାହର ଦୁଇଦିନ(ଶନିବାର ଓ ରବିବାର) ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ସକାଳ ୮ଟାରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ରୋଗୀସେବା ପ୍ରଦାନ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/4131e8b2-bc59-4c01-8dca-b71a371e3e1b.jpg)