ଭୁବନେଶ୍ବର: ବାତ୍ୟା ୟସ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ଲୋକଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି। ତେଣୁ ବାତ୍ୟା ହେତୁ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେଉଁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ସମେତ ୧୦ଟି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନର ଖୋଲିବା ସମୟକୁ ବଦଳାଇ ଦିଆଯାଇଛି।
ଲୋକଙ୍କ ଭିଡ ଓ ବାତ୍ୟାକୁ ଦୃଷ୍ଟିରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଯଥା ପନିପରିବା, ମାଛମାଂସ, ଖୀର ଆଦି କିଣିବା ନିମନ୍ତେ ୨୪ ଓ ୨୫ ତାରିଖ ପାଇଁ ଦୋକାନ ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସରକାର ଘୋଷଣା କରିଛନ୍ତି।
ବାତ୍ୟା ପରିପ୍ରେକ୍ଷୀରେ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେଉଁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ସମେତ ୧୦ଟି ଜିଲ୍ଲାରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ପନିପରିବା, ମାଛମାଂସ, ଖୀର ଆଦି କିଣିବା ନିମନ୍ତେ ଅଧିକ ସମୟ ଦେବା ପାଇଁ ୨୪ ଓ ୨୫ ତାରିଖ ଦୋକାନ ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। pic.twitter.com/pOwD8x9hh8
— I & PR Department, Odisha (@IPR_Odisha) May 24, 2021
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/9e2f3145-1454-4c5c-8c80-dd8fa8bfe9e9.jpg)