ଗେଟ୍‌ ପଡ଼ି ନ ଥିଲାବେଳେ ପାର୍‌ ହେଲା ଟ୍ରେନ୍‌, ଅଳ୍ପକେ ବର୍ତ୍ତିଲେ ଶତାଧିକ ଲୋକ

ବରପାଲି : ବରଗଡ଼ ଜିଲ୍ଲା ବରପାଲି ଜଗନ୍ନାଥ ନଗର ନିକଟରେ ଥିବା ରେଳ ଫାଟକଠାରେ ନିକଟରେ ଆଜି ଶତାଧିକ ଲୋକ ନିଶ୍ଚିତ ବିପଦରୁ ରକ୍ଷା ପାଇଛନ୍ତି।

ସୂଚନା ଅନୁସାରେ, ଗେଟ୍‌ ପଡ଼ିନଥିବାବେଳେ ଆଜି ସନ୍ଧ୍ୟା ୫ଟାରେ ସମଲେଶ୍ୱରୀ ଏକ୍ସପ୍ରେସ୍‌ ବରପାଲି ପଟରୁ ବରଗଡ଼ ପଟକୁ ହଠାତ୍‌ ପାର ହୋଇଯାଇଥିଲା। ଏହି ଦୃଶ୍ୟ ଦେଖିବା ପରେ ହଠାତ୍‌ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସୌଭାଗ୍ୟବଶତଃ ଫାଟକର ଉଭୟ ପାର୍ଶ୍ବରେ ଲୋକମାନେ ରହିଯାଇଥିଲେ। ଫଳରେ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଟ୍ରେନ୍‌ ଅତିକ୍ରମ କରିବା ସମୟରେ ଗେଟ୍‌ କିପରି ପଡ଼ିନଥିଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର