ଭୁବନେଶ୍ବର: ମହାପ୍ରଭୁଙ୍କ ରତ୍ନଭଣ୍ଡାର ତୁରନ୍ତ ଖୋଲିବାକୁ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଦାବି କରିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି ଯେ, ରତ୍ନଭଣ୍ଡାରରେ କ’ଣ ଅଛି, ତାକୁ ନେଇ କୋଟିକୋଟି ଜଗନ୍ନାଥପ୍ରେମୀ ଏବଂ ଓଡ଼ିଆଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ସନ୍ଦେହ ଦୂର କରିବା ପାଇଁ ତୁରନ୍ତ ରତ୍ନଭଣ୍ଡାର ଖୋଲାଯିବା ଦରକାର। ଏଥି ପାଇଁ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Advertisment

ଛତିଶଗଡ ରାଜ୍ୟପାଳଙ୍କ ଦାବି ପରେ ରାଜ୍ୟ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ରତ୍ନଭଣ୍ଡାର ସଂପର୍କିତ ମାମଲା ଏବେ ନ୍ୟାୟାଳୟରେ ବିଚାରଧୀନ ରହିଛି। ତେଣୁ ଏହି ପ୍ରସଙ୍ଗରେ ବିଚାରବିମର୍ଶ କରିବା ଠିକ ହେବ ନାହିଁ ।

ସୂଚନାଯୋଗ୍ୟ, ରତ୍ନଭଣ୍ଡାରକୁ ନେଇ କମିସନ ପରେ କମିସନ ବସିଛି। ରତ୍ନଭଣ୍ଡାର ଖୋଲିବା ପାଇଁ ବିରୋଧୀଙ୍କ ଅଭିଯୋଗ ଆସିଛି। ଜଗନ୍ନାଥପ୍ରେମୀଙ୍କ ଆନ୍ଦୋଳନ ସତ୍ତ୍ବେ ରତ୍ନଭଣ୍ଡାରରେ କ’ଣ ଅଛି ତାହା ରହସ୍ୟ ହୋଇ ରହିଛି। ଆଉ ଏବେ ରଥଯାତ୍ରାକୁ ହାତ ଗଣତି ଦିନ ଥିବା ବେଳେ ଛତିଶଗଡ଼ ରାଜ୍ୟପାଳଙ୍କ ଦାବି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ପୁଣି ଚର୍ଚ୍ଚାକୁ ଆଣିଛି।