ଓପନ୍‌ ସ୍କୁଲରେ ୪୦.୧୮; ମଧ୍ୟମାରେ ୯୭.୧୮ ପ୍ରତିଶତ ପାସ୍

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୦ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଏବଂ ମଧ୍ୟମା ପରୀକ୍ଷାଫଳ ମଧ୍ୟ ଆଜି ପ୍ରକାଶ ପାଇଛି। ଓପନ ସ୍କୁଲ ପରୀକ୍ଷାରେ ୯ ହଜାର ୧୨୬ ଜଣ ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୩ ହଜାର ୬୫୩ ଜଣ। ପାସ୍‌ ହାର ରହିଛି ୪୦.୧୮ ପ୍ରତିଶତ।

ସୂଚନା ଅନୁସାରେ, ବି-୧ରେ ଜଣେ, ବି-୨ରେ ୨୦ ଜଣ, ସି ରେ ୨୫୩ ଜଣ, ଡି ରେ ୮୬୮ଜଣ, ଇ ରେ ୨୪୧୧ ଜଣ ପାସ୍ କରିଛନ୍ତି। ସେହିଭଳି ମଧ୍ୟମାରେ ୪ ହଜାର ୨୫୫ ଜଣ ପରୀକ୍ଷା ଦେଇଥିବାବେଳେ ପାସ୍ ହାର ରହିଛି ୯୭.୧୮ ପ୍ରତିଶତ। ଏ-୨ରେ ୨୨ ଜଣ, ବି-୧ରେ ୫୪୭, ବି-୨ରେ ୨୫୩୯, ସି ରେ ୬୩୯, ଡି ରେ ୧୪୭, ଇ ରେ ଜଣେ ପାସ୍ କରିଥିବା ବେଳେ ୨୪୦ ଜଣ କଂପାର୍ଟମେଣ୍ଟାଲରେ ପାସ୍ କରିଛନ୍ତି। ୭ ଜଣ ମାଲପ୍ରାକ୍ଟିସ ହୋଇଛନ୍ତି।

ସମ୍ବନ୍ଧିତ ଖବର