ମନ୍ଦିର ଖୋଲିବା ନେଇ ରାଜ୍ୟ ସରକାର ଦାୟିତ୍ବ ଦେବା ପରେ ମା’ ବିରଜାଙ୍କ ମନ୍ଦିର ଖୋଲିବା ନେଇ ଖୁବଶୀଘ୍ର ନିଷ୍ପତ୍ତି ନେବ ପ୍ରଶାସନ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିର ଖୋଲିବା ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି। ରାଜ୍ୟ ସରକାର ମନ୍ଦିର ଖୋଲିବା ନେଇ ଅନୁମତି ଦେବାର ଦାୟିତ୍ବ ସ୍ଥାନୀୟ ଜିଲ୍ଲା ପ୍ରଶାସନ ହାତକୁ ହସ୍ତାନ୍ତର କରିଥିବାରୁ ଏନେଇ ଆଲୋଚନା ଓ ସ୍ଥିତି ଅନୁଧ୍ୟାନ ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଦୀର୍ଘ ୫ ମାସରୁ ଉର୍ଦ୍ଧ୍ବ ହେବ ମନ୍ଦିର ଗୁଡିକରେ ଭକ୍ତଙ୍କୁ ଦର୍ଶନ ମିଳୁନି। କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ। କିନ୍ତୁ ଏବେ ରୋଗ ସମାନ୍ୟ ନିୟନ୍ତ୍ରଣକୁ ଆସିଥିବା ବେଳେ ବନ୍ଦ ହୋଇଥିବା ଅନେକ ଅନୁଷ୍ଠାନ ଅନଲକର ବିଭିନ୍ନ ପର୍ଯ୍ୟାୟରେ ଖୋଲିବା ଆରମ୍ଭ ହୋଇଛି। ସେହି ନ୍ୟାୟରେ ସରକାର ଭଗବାନ ଓ ଭକ୍ତର ଧର୍ମୀୟ ଭାବନାକୁ ଆଖି ଆଗରେ ରଖି ମନ୍ଦିର ଖୋଲିବାକୁ ଚିନ୍ତା କରିଛନ୍ତି। କିନ୍ତୁ ମନ୍ଦିର ଖୋଲିଲେ କେତେ ଭକ୍ତ ଆସିବେ, ଭିଡ଼ ହେବ କି ନାହିଁ, ମନ୍ଦିର ପରିସରରେ ଏକାସଙ୍ଗେ କେତେ ଭକ୍ତ ଦର୍ଶନ କରିବେ, ସାମାଜିକ ଦୂରତାକୁ ବଜାୟ ରଖି ହେବକି ନାହିଁ ସେ ନେଇ ସ୍ଥିତି ପରିଖିବାକୁ ସରକାର ସ୍ଥାନୀୟ ଜିଲ୍ଲାପାଳମାନଙ୍କୁ ଦାୟିତ୍ବ ଦେଇଛନ୍ତି। ତେବେ ଯାଜପୁରର ମା’ ବିରଜା ମନ୍ଦିରରେ ନିକଟରେ ଶାରଦୀୟ ପୂଜା ଅବସରରେ ମା’ଙ୍କ ରଥଯାତ୍ରାକୁ ହାଇକୋର୍ଟଙ୍କ ନିର୍ଦେଶ କ୍ରମେ କରୋନା କଟକଣା ଭିତର ଶାନ୍ତିପୂର୍ଣ୍ଣ ଭାବେ ସମାପନ କରାଯାଇଛି। ଯାହାକି ମନ୍ଦିର ଖୋଲିବା ନେଇ ଏକ ପ୍ରକାର ସବୁଜ ସଙ୍କେତ ଭାବେ କୁହାଯାଇପାରେ।

Maa Biraja Temple, Jajpur, Odisha - Info, Timings, Photos, History
TemplePurohit

ମନ୍ଦିର ବନ୍ଦ ଯୋଗୁ ୨ ଶହରୁ ଉର୍ଦ୍ଧ୍ବ ସେବାୟତ, ମାଳୀ, ଭୋଗ ଦୋକାନୀ ଏବେ ପରିବାର ଚଳାଇବା ପାଇଁ ଚିନ୍ତାରେ ପଡିଛନ୍ତି। ମନ୍ଦିରକୁ ଆସୁଥିବା ଭକ୍ତ ସେମାନଙ୍କ ଜୀବିକାର ମୁଖ୍ୟ ମାଧ୍ୟମ ହୋଇଥିବା ଵେଳେ ୫ ମାସ ହେଲା ଭକ୍ତ ଶୂନ୍ୟ ମନ୍ଦିର ଯୋଗୁ ସେମାନଙ୍କ ବେପାର ଫିକା ପଡିଛି। ତେବେ ଦଶହରା ଅବସରରେ ମା’ଙ୍କ ପାଦ ଦର୍ଶନ କରୁଥିବା ଭକ୍ତ ଚଳିତ ବର୍ଷ ମୁଖ ଦର୍ଶନ ବି କରିପାରିନାହାନ୍ତି। ତେଣୁ ଭକ୍ତଗଣ ମା’ଙ୍କ ଦର୍ଶନ ପାଇଁ ଅପେକ୍ଷା କରି ବସିଛନ୍ତି। ଅନ୍ୟ ପଟେ ମା ବିରଜାଙ୍କ ପୀଠକୁ ଦୈନିକ ରାଜ୍ୟ ତଥା ରାଜ୍ୟ ବାହାରୁ ୫ଶହରୁ ଉର୍ଦ୍ଧ୍ବ ଭକ୍ତ ଆସୁଥିବାରୁ ସେ ନେଇ ମନ୍ଦିର ପ୍ରଶାସନ ଗୁରୁତ୍ବ ଦେବ ବୋଲି ଜଣାପଡିଛି। ତେବେ ଗତ ୩୦ ତାରିଖରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସେବାୟତମାନଙ୍କ ଉପସ୍ଥିତିରେ ଏକ ବ୍ୟକ୍ତିଗତ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମନ୍ଦିର ଖୋଲିବାକୁ ଏକ ପ୍ରକାର ପ୍ରସ୍ତାବ ମଂଜୁର ହୋଇଥିବା ବେଳେ କେବେ ମନ୍ଦିର ଖୋଲିବ ସେନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ।

ତେବେ ଏନେଇ ସେବାୟତ ପରିଷଦ ମୁଖ୍ୟ ଦେବୀ ପ୍ରସ‍ାଦ ପାଣି କହିଛନ୍ତି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ବାଗତ ଯୋଗ୍ୟ। କିନ୍ତୁ ମା’ଙ୍କ ମନ୍ଦିର ଖୋଲିବା ନେଇ ପ୍ରଶାସନ ନିଷ୍ପତ୍ତି ନେବ। ଅନ୍ୟ ପଟେ ମନ୍ଦିର ଟ୍ରଷ୍ଟି ତଥା ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ କହିଛନ୍ତି ଯେ, ମନ୍ଦିର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ।

ସମ୍ବନ୍ଧିତ ଖବର