ବାମନାଳ: ପୁରୀଜିଲ୍ଲା ନିମାପଡା ବ୍ଲକ୍ ଅନ୍ତର୍ଗତ ନୂଆଗାଁ କେନାଲ କେତେକୀ ପାଟଣା-ବଳଙ୍ଗା ମୁଖ୍ୟ ରାସ୍ତାର ନୁଆସନ୍ଥଠାରେ ରାଜନନ୍ଦିନୀ ନାମକ ଏକ ଅପେରା ପାର୍ଟିର ବସ୍ ରାସ୍ତା ଦବି ଯିବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଛି। ପୁରୀ-ନିମାପଡା ନୂଆସନ୍ଥ ବଳଙ୍ଗା ମୁଖ୍ୟ ରାସ୍ତାର ନୂଆ ସନ୍ଥ କେନାଲ ବନ୍ଧ ପାଖରେ ଏଭଳି ଅଘଟଣ ଘଟିଛି।
ବସ୍ କେନାଲ ଭିତରକୁ ଓଲଟି ପଡିବାର ଆଶଙ୍କାଥିଲା। ତେବେ ୫୦ରୁ ଅଧିକ ଯାତ୍ରା କଳାକାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଧା ଓଲଟା ସ୍ଥିତିରେ ଯାତ୍ରା ପାର୍ଟି ବସ୍ ରାସ୍ତାରେ ଗୋଟିଏ ପଟକୁ ଦବି ରହିଥିଲା। ୩ ଜଣ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି।
ଅଧିକ ପଢ଼ନ୍ତୁ: ଅଶୋକ ଚନ୍ଦ୍ର ପଣ୍ଡା ହେଲେ ଭୁବନେଶ୍ବର ବିଜେଡିର ନୂଆ ସଭାପତି
ବନ୍ଧ ରାସ୍ତା ନିମ୍ନମାନର ହୋଇଥିବାରୁ ଏଭଳି ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଡ୍ରାଇଭର ଏକ ଅଟୋକୁ ସାଇଟ୍ ଦେଲା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅଞ୍ଚଳବାସୀ କହିଛନ୍ତି। ପରେ କ୍ରେନ୍ ସାହାଯ୍ୟରେ ବସ୍କୁ ଉଠାଯିବା ପରେ ବସ୍ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।
ଅଧିକ ପଢ଼ନ୍ତୁ: ଭାରତର କୂଟନୈତିକ ଚାପ: ପରମାଣୁ ବୋମା ଧମକ ଦେଉଛି ପାକିସ୍ତାନ
puri | Accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/05/05/WYwmKOGjpSRXh7I2fZB8.jpeg)