ସମ୍ବଲପୁର: ବଲାଙ୍ଗୀର ଭୀମ ଭୋଇ ମେଡିକାଲରୁ ସ୍ଥାନାନ୍ତର ହୋଇଥିବା ଯୁବତୀଙ୍କ  ଅସ୍ତ୍ରୋପଚାର କରାଯାଇଛି। ୧୦ଜଣିଆ ଟିମ୍ ଏହି ଅସ୍ତ୍ରୋପଚାର କରିଛନ୍ତି।  ଯୁବତୀଙ୍କ ମୁଣ୍ଡ ଭିତରୁ ୭୩ଟି ଇଞ୍ଜେକେସନ ଛୁଞ୍ଚି ବାହାର କରାଯାଇଛି। ଏବେ ଯୁବତୀ ଜଣକ ସୁସ୍ଥ ରହିଥିବା ଭିମସାର ପକ୍ଷରୁ ସୂଚନା ମିଳିଛି।