ଦାନଗଦୀ : ଗୋଠଛଡ଼ା ଦନ୍ତା ମଣିଷ ମାରିଚାଲିଥିଲା। ୧୦ ଦିନ ମଧ୍ୟରେ ୪ଜଣଙ୍କ ଜୀବନ ନେଇଥିବା ଦନ୍ତାହାତୀକୁ ଆଜି ରାତିରେ କାବୁ କରିବାରେ ସଫଳ ହୋଇଛି ବନ ବଭାଗ। ଆଜି ରାତି ପ୍ରାୟ ୮ଟା ବେଳେ ଦାନଗଦୀ ବ୍ଲକ୍ ଓଲ୍ଲଳ ପଞ୍ଚାୟତର କଣ୍ଟିପୁରରେ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରି କାବୁ କରାଯାଇଛି। ହାତୀଟିକୁ କେଉଁଠିକୁ ନିଆଯିବ ତାହା ବନ୍ୟପ୍ରାଣୀ ବିଭାଗ ପିସିସିଏଫ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।
ଗୋଠରୁ ଅଲଗା ହୋଇଯାଇଥିବା ଦନ୍ତାହାତୀଟି ଟମକା ଅଞ୍ଚଳରେ ଜଣକୁ, କୋରେଇ ଅଞ୍ଚଳର ୨ଜଣ ଏବଂ ଦାନଗଦୀ ଅଞ୍ଚଳରେ ଜଣେ ନାବାଳକକୁ ହତ୍ୟା କରିଥିଲା। ଏଥିସହ ବ୍ୟାପକ ଫସଲ ନଷ୍ଟ କରିବା ସହ ଲୋକଙ୍କ ଘରଦ୍ବାର ଭାଙ୍ଗି ଦେଇଛି। ହାତୀକୁ କାବୁ କରିବା ପାଇଁ ଦାବି ହେଉଥିଲେ ମଧ୍ୟ ପ୍ରଥମେ ବନ ବିଭାଗ ହାତୀକୁ ଘଉଡ଼ାଇ ଦେବାକୁ ଯୋଜନା କରିଥିଲା। ବନ ବିଭାଗର ଏତାଦୃଶ ନିଷ୍ପତ୍ତିକୁ ଲୋକେ ଆଜି ତୀବ୍ର ବିରୋଧ କରିଥିଲେ। ଆଜି ମିଲିଟାରି ଛକ ଏବଂ ମାନପୁର ଓଭରବ୍ରିଜ୍ ନିକଟରେ ରାସ୍ତା ଅବରୋଧ କରି ବନ ବିଭାଗ ଅପାରଗତାକୁ ନିନ୍ଦା କରିଥିଲେ।
/sambad/media/post_attachments/wp-content/uploads/2020/01/elephant-v-1.jpg)
ଅପରପକ୍ଷରେ ହାତୀକୁ ଧରିବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଶେଷରେ ଆଜି ରାତି ପ୍ରାୟ ୮ଟା ବେଳେ ଓଲ୍ଲଳ ପଞ୍ଚାୟତର କଣ୍ଟିପୁର ଗ୍ରାମ ନିକଟରେ ହାତୀକୁ ଠାବ କରାଯାଇ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ହାତୀକୁ ଏବେ ଶିକୁଳିରେ ବନ୍ଧାଯାଇଛି। ୪ ଦିନ ସେଠାରେ ରଖାଯିବା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Operation-Gajraj_Thumbnail.jpg)