‘କନକ ନ୍ୟୁଜ୍‌’ର ଅପରେସନ୍‌ ଗ୍ରିନ୍‌ : ଲୁଟିନେଲେ ପାଓ୍ଵାର ଟିଲର୍‌ ସବ୍‌ସିଡି

ଭୁବନେଶ୍ୱର : ଚାଷୀଙ୍କୁ ପାଓ୍ଵାରଟିଲର କିଣିବା ବାବଦକୁ ଦିଆଯାଉଥିବା ସବ୍‌ସିଡି ଟଙ୍କା କିପରି ହରିଲୁଟ୍‌ ହେଉଛି ତାହାର ଗୁମର ଖୋଲିଛି। କନକ ନ୍ୟୁଜ୍‌ ଏବଂ ଲିକିଂ ଗୁରୁର ଅନୁସନ୍ଧାନ ଟିମ୍‌ ଏହି ମହାଦୁର୍ନୀତିର ପର୍ଦ୍ଦାଫାସ କରିଛନ୍ତି। କୃଷି ବିଭାଗର ଏହି ସବ୍‌ସିଡି କେଳେଙ୍କାରୀ ଜଣାପଡ଼ିବା ପରେ ଆଜି ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏହି ମହାଦୁର୍ନୀତି ବିଷୟରେ କୃଷି ମନ୍ତ୍ରୀ ଡା. ଦାମୋଦର ରାଉତ କିନ୍ତୁ କହିଛନ୍ତି ସେ ତିନି ମାସ ତଳୁ ଏହି ଦୁର୍ନୀତିର ଖବର ପାଇଥିଲେ। ଏବେ ଏହାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ୭ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କିପରି ଚାଷୀମାନଙ୍କୁ ମୋହରା କରି ପାଓ୍ଵାରଟିଲର ବାବଦକୁ ମିଳୁଥିବା ୭୫ହଜାର ଟଙ୍କା ସବ୍‌ସିଡି ଲୁଟ୍‌ ହେଉଛି ତାହା କନକ ନ୍ୟୁଜ୍‌ର ଷ୍ଟିଙ୍ଗ୍‌ ଅପରେସନରେ ଦେଖାଯାଇଛି। ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳର ଚାଷୀମାନେ କହିଛନ୍ତି, ସେମାନଙ୍କୁ ପାଓ୍ଵାରଟିଲର ଆଗରେ ଛିଡ଼ା କରାଇ ଫଟୋ ଉଠାଯାଇଥିଲା। ସମସ୍ତ ଡକୁମେଣ୍ଟ ନେଇ ସବ୍‌ସିଡି ଅର୍ଥ ଲୁଟ୍‌ କରାଯାଇଛି। ଏପରିକି କୃଷି ବିଭାଗର ସ୍ଥାନୀୟ ସହକାରୀ ଯନ୍ତ୍ରୀ, ପାଓ୍ଵାର ଟିଲର ଯୋଗାଉଥିବା ଡିଲର୍‌, କେତେକ ଦଲାଲ୍‌ ସେମାନଙ୍କୁ କିଛି ଟଙ୍କାର ପ୍ରଲୋଭନ ଦେଖାଇ ହରିଲୁଟ୍‌ କରିଥିବା ଚାଷୀ ଶରତ ଭୋଇ, କାଳନ୍ଦୀ ଭୋଇ, ଆଲୋକ ଭୋଇ, ରମାକାନ୍ତ ଭୋଇ କହିଛନ୍ତି। ଅଧିକାଂଶ ଚାଷୀ କାହିଁକି ଫଟୋ ଉଠାଯାଉଛି ବୋଲି ପଚାରିଥିଲେ ହେଁ ସେମାନଙ୍କୁ ଟଙ୍କା ଦିଆଯିବ ବୋଲି କହି ଫଟୋ ଉଠାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

 କୃଷି ବିଭାଗର ଏହି ସବ୍‌ସିଡି କେଳେଙ୍କାରୀ ଜଣାପଡ଼ିବା ପରେ ଆଜି ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।  ୨୦୧୩ରୁ ୨୦୧୭ ମଧ୍ୟରେ ଏହି ସବ୍‌ସିଡି ହରିଲୁଟ୍‌ ହୋଇଥିବା ଜାଣିବାକୁ ମିଳିଛି। ବିଭିନ୍ନ ସମୟରେ ପୃଥକ ପୃଥକ ଭାବେ ପାଓ୍ଵାରଟିଲର ସମ୍ମୁଖରେ ଛିଡ଼ା କରି ଫଟୋ ଉଠାଯାଇଥିବା ଚାଷୀମାନେ କହିଛନ୍ତି। ଏପରିକି ଯିଏ ଫଟୋ ଉଠାଇବାକୁ ରାଜି ହୋଇନାହାନ୍ତି ସେମାନଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଫଟୋ ଉଠାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

୨୦୧୩ରୁ ୨୦୧୭ ମଧ୍ୟରେ ଏହି ସବ୍‌ସିଡି ହରିଲୁଟ୍‌ ହୋଇଥିବା ଜାଣିବାକୁ ମିଳିଛି। ସରକାରୀ ରେକର୍ଡରେ ଯେଉଁ ଚାଷୀମାନେ କୃଷି ବିଭାଗରୁ ସବ୍‌ସିଡି ନେଇ ପାଓ୍ଵାରଟିଲର କିଣିଛନ୍ତି ବୋଲି ତଥ୍ୟ ଅଛି ସେମାନଙ୍କ ନିକଟରେ ପାଓ୍ଵାରଟିଲର୍‌ ପହଞ୍ଚିନି। କିନ୍ତୁ ପାଓ୍ଵାରଟିଲର ସମ୍ମୁଖରେ ଛିଡ଼ା ହୋଇ ଫଟୋ ଉଠାଇଥିବା କୃଷି ବିଭାଗ ନିକଟରେ ପ୍ରମାଣ ଅଛି। ସେମାନଙ୍କୁ ବିଭିନ୍ନ ସମୟରେ ପୃଥକ ପୃଥକ ଭାବେ ନେଇ ପାଓ୍ଵାରଟିଲର ସମ୍ମୁଖରେ ଛିଡ଼ା କରି ଫଟୋ ଉଠାଯାଇଥିବା ଚାଷୀମାନେ କହିଛନ୍ତି। ଏପରିକି ଯିଏ ଫଟୋ ଉଠାଇବାକୁ ରାଜି ହୋଇନାହାନ୍ତି ସେମାନଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଫଟୋ ଉଠାଯାଇଛି। ଏହାପରେ କାହାକୁ ୩୦୦ ତ କାହାକୁ ୫୦୦ଟଙ୍କା ଦିଆଯାଇଥିବା ଚାଷୀମାନେ କହିଛନ୍ତି। ଡିଲର୍‌ ବି ଏହି ଦୁର୍ନୀତି ହେଉଥିବା ସୁରାକ୍‌ ଦେଇଛନ୍ତି। ସେ କହିଛନ୍ତି ସବ୍‌ସିଡି ଟଙ୍କା ଚାଷୀ ଆକାଉଣ୍ଟକୁ ଯାଏ। ଚାଷୀ ଏଥିରୁ ଅଧା ଟଙ୍କା ଦିଏ।

ଏହି ଗୋଟିଏ ଘଟଣା ସୂଚାଇ ଦେଉଛି ଯେ କୃଷି ବିଭାଗକୁ ଦୁର୍ନୀତି କିଭଳି ଚରି ଗଲାଣି। ଗୋଟିଏ ପଟେ ରାଜ୍ୟ ସରକାର କୃଷି କର୍ମଣ ପୁରସ୍କାର ପାଇବା ସଂକ୍ରାନ୍ତରେ ପ୍ରଶଂସା ଗୋଟାଉଥିବା ବେଳେ ଅନ୍ୟପଟେ ଚାଷୀର ପେଟକୁ କିଭଳି ବାବୁ-ଦଲାଲ-ଡିଲର ନାତ ମାରୁଛନ୍ତି, ତାହା ପ୍ରମାଣିତ ହୋଇଛି। ସବୁଠାରୁ ବଡ଼ କଥା ହେଲା, ଖୋଦ୍‌ କୃଷି ବିଭାଗର ମନ୍ତ୍ରୀ ଏହି ଦୁର୍ନୀତି ସଂକ୍ରାନ୍ତରେ ଖବର ପାଇଥିବା ସ୍ୱୀକାର କରିଛନ୍ତି, ହେଲେ ବିଭାଗୀୟ ନିର୍ଦେଶକ କିନ୍ତୁ ଏହା ଟାଳି ଦେଇଛନ୍ତି। କହିଛନ୍ତି, ଅନ୍‌ଲାଇନ୍‌ରେ କାମ ଚାଲିଛି, କୌଣସି ଦୁର୍ନୀତି ହେଉନାହିଁ।

ପ୍ରଶ୍ନ ଉଠୁଛି, ଯଦି କଟକ-ଭୁବନେଶ୍ୱର ଉପକଣ୍ଠରେ ଦୁର୍ନୀତିର ଚେହେରା ଏମିତି, ତେବେ ଉପାନ୍ତ ଅଞ୍ଚଳରେ ସରକାରଙ୍କ ଏହି ଯୋଜନାର ରୂପରେଖ କଣ ହୋଇଥିବ, ତାହା ଏକ ବଡ଼ ଧରଣର ତଦନ୍ତକୁ ଅପେକ୍ଷା ରଖୁଛି।

ସମ୍ବନ୍ଧିତ ଖବର