ପରୀ-୨ରେ ଉଦ୍ଧାର ସଂଖ୍ୟା ୨୬୬୨

କଟକ : ଅପରେସନ୍‌ ପରୀ-୨ ଯୋଜନାରେ ଉଦ୍ଧାର ସଂଖ୍ୟା ଆଜି ସୁଦ୍ଧା ୨୬୬୨ରେ ପହଞ୍ଚିଛି। ଆଜି ମୋଟ ୩୬ଟି ପୁଲିସ ଜିଲ୍ଲାରେ ୮୫୮ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୭୧୪ ନାବାଳକ ଏବଂ ୧୪୪ ନାବାଳିକା। ଆଜି ପୁଣି ଗଞ୍ଜାମ ଜିଲ୍ଲାରେ ଉଦ୍ଧାର ସଂଖ୍ୟା ସର୍ବାଧିକ ୧୨୯ରେ ପହଞ୍ଚିଛି। ମୋଟ ୫୩ଟି ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଥିବା ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର