ଚତୁର୍ଥ ଦିନରେ ‘ପରୀ-୨’ରେ ୫୩୦ ଉଦ୍ଧାର

କଟକ : ଚତୁର୍ଥ ଦିନରେ ପହଞ୍ଚିଛି ଅପରେସନ୍‌ ‘ପରୀ-୨’। ଆଜି ୩୬ଟି ପୁଲିସ ଜିଲ୍ଲାରେ ମୋଟ ୫୩୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶିଶୁଙ୍କ ମଧ୍ୟରେ ନାବାଳକ ୪୫୫ ଜଣ ଥିବା ବେଳେ ନାବାଳିକା ୭୫ ଜଣ ଅଛନ୍ତି। ଏଥିରେ ମୋଟ ୩୯ଟି ମାମଲା ରୁଜୁ ହୋଇଥିବା ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ଗତକାଲି କ୍ରାଇମ୍‌ବ୍ରାଞ୍ଚ ୩୭୭ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲା। ୩ ତାରିଖରେ ୨୦୬ ଜଣ ଏବଂ ୨ ତାରିଖରେ ୩୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର