ଫେରିଲେ ‘ପରୀ-୨’ ଟିମ୍‌: ଉଦ୍ଧାର ହେଲେ ୧୦୬ ଶିଶୁ

କଟକ : କ୍ରାଇମ୍‌ବ୍ରାଞ୍ଚର ‘ପରୀ-୨’ ଅପରେସନ୍‌ରେ ରାଜ୍ୟ ବାହାରୁ ମୋଟ ୧୦୬ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୬୧ ଜଣ ନାବାଳକ ଓ ୪୫ ଜଣ ନାବାଳିକା ଉଦ୍ଧାର ହୋଇଛନ୍ତି। ଅନ୍ୟପଟେ ପୂର୍ବରୁ ରାଜ୍ୟ ଭିତରୁ ୨୭୮୯ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦିଆଯାଇଛି। ରାଜ୍ୟ ଭିତରେ ଓ ବାହାରେ ମୋଟ ଉଦ୍ଧାର ସ˚ଖ୍ୟା ୨୮୯୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ନାବାଳକଙ୍କ ସ˚ଖ୍ୟା ୨୩୪୫ ଓ ନାବାଳିକାଙ୍କ ସ˚ଖ୍ୟା ୫୫୦ ଥିବା କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଗତ ସେପ୍ଟେମ୍ବର ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଭିତରେ ଏବ˚ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବାହାରକୁ ଟିମ୍‌ ଯାଇ ଉଦ୍ଧାର କାର୍ଯ୍ୟରେ ଲାଗିଥିଲା। ରାଜ୍ୟ ବାହାରେ ଥିବା ୮ଟି ପ୍ରମୁଖ ରାଜ୍ୟକୁ ପୁଲିସ ବିଭାଗ ଏବ˚ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ୮ଟି ଟିମ୍‌ ଯାଇଥିଲା। ଆନ୍ଧ୍ର ପ୍ରଦେଶରୁ  ମୋଟ ୪୯ ଶିଶୁ, ପଶ୍ଚିମବଙ୍ଗରୁ ୧୯ ଜଣ, ମହାରାଷ୍ଟ୍ରରୁ ୧୧ ଜଣ, ଦିଲ୍ଲୀରୁ ୮ ଜଣ, ତେଲେଙ୍ଗାନାରୁ ୨ ଜଣ, ଝାରଖଣ୍ତରୁ ୮ ଜଣ, ଛତିଶଗଡ଼ରୁ ୮ ଜଣ ଏବ˚ ତାମିଲନାଡ଼ୁରୁ ଜଣେ ଶିଶୁଙ୍କୁ ଉଦ୍ଧାର କରାଯାଇ ଓଡ଼ିଶା ଅଣାଯାଇଛି।

ସମ୍ବନ୍ଧିତ ଖବର