ଫନି ପୀଡ଼ିତଙ୍କ ପାଇଁ ଅପରେସନ୍‌ ‘ରିକ୍କି’

ଭୁବନେଶ୍ବର : ଫନି ପ୍ରଳୟ ରଚିବା ପରେ ନାଗରିକ ସମାଜ ‌ଏକାଠି ହୋଇ ପୀଡ଼ିତଙ୍କୁ ସହାୟତା ଲାଗି ଆଗେଇ ଆସିଛି। ଏହି ଧାରାରେ ସାମିଲ୍‌ ହୋଇଛି ଅପରେସନ୍‌ ‘ରିକ୍କି’। ରାଉଣ୍ଡ୍‌ ଟେବୁଲ୍‌ ଇଣ୍ଡିଆ (ଆର୍‌ଟିଆଇ) ଓ ଲେଡିଜ୍‌ ସର୍କଲ୍‌ ଇଣ୍ଡିଆର (ଏଲ୍‌ସିଆଇ) ମିଳିତ ପ୍ରୟାସରେ ଆରମ୍ଭ ହୋଇଥିବା ଅପରେସନ୍‌ ରିକ୍କିରେ ଭୁବନେଶ୍ବର, ପୁରୀର କିଛି ଗ୍ରାମ ଓ ଜଗତସିଂହପୁରର ବାତ୍ୟା ପୀଡ଼ିତଙ୍କୁ ରିଲିଫ୍‌ ସାମଗ୍ରୀ ଯୋଗାଇ ଦିଆଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଶୁଖିଲା ଖାଦ୍ୟର ପ୍ୟାକେଟ୍‌, ରନ୍ଧାଖାଦ୍ୟ ଯୋଗାଣ, ପାନୀୟ ଜଳ, ସୋଲାର ଲ୍ୟାମ୍ପ୍‌ସ, ସାନିଟାରି ନାପ୍‌କିନ୍ସ, ଶିଶୁଙ୍କ ଖାଦ୍ୟ ଓ ଡାଏପର୍ସ ଆଦି ଯୋଗାଇ ଦିଆଯାଇଛି। ବହୁ ବାତ୍ୟା କ୍ଷତିଗ୍ରସ୍ତ ଏହାଦ୍ବାରା ଉପକୃତ ହୋଇଥିବା ବେଳେ ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଅପରେସନ୍‌ ରିକ୍କି ଚାଲୁ ରହିବ ବୋଲି ଉଭୟ ଅନୁଷ୍ଠାନର ସ୍ବେଚ୍ଛାସେବୀମାନେ କହିଛନ୍ତି। ରାଉଣ୍ଡ ଟେବୁଲ୍‌ ଇଣ୍ଡିଆର କବୀର ତନେଜା କହିଛନ୍ତି, ରିଲିଫ୍ କାର୍ଯ୍ୟ ପରେ ବୃକ୍ଷରୋପଣ, ଭଙ୍ଗା ଘର ଓ ସ୍କୁଲ୍‌ ଘରର ମରାମତି କ୍ଷେତ୍ରରେ ଏକ ଅଭିଯାନ ଆରମ୍ଭ ହେବ। ଏହି ଅପରେସନ୍‌ରେ ଆର୍‌ଟିଆଇର ପଙ୍କଜ ମୋଟୱାନି, ନାଭାଲ୍‌ ମହାଜନ, ଗୌରବ ଚାୱଲା, ଅକ୍ଷତ ସକ୍‌ଲାନି ଓ ରୋହନ ଦାସଙ୍କ ସମେତ ଏଲ୍‌ସିଆଇର ଅନୁରାଧା ଅଗ୍ରୱାଲ, ଚାନ୍ଦନୀ ସକ୍‌ଲାନି ଓ ରଶ୍ମି ଗର୍ଗ ପ୍ରମୁଖ ସାମିଲ୍‌ ହୋଇଛନ୍ତି।

ସମ୍ବନ୍ଧିତ ଖବର