‘ଅଗ୍ନି-୩’ର ବ୍ୟାବହାରିକ ପରୀକ୍ଷଣ ସଫଳ

ବାଲେଶ୍ବର/ଧାମରା: ଭଦ୍ରକ ଜିଲ୍ଲା ଧାମରା କଲାମ୍‌ ଦ୍ବୀପରୁ ବୁଧବାର ସନ୍ଧ୍ୟା ସାଢ଼େ ୭ଟା ସମୟରେ ବହୁ ଦୂରଗାମୀ ଅଗ୍ନି-୩ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। କଲାମ୍‌ ଦ୍ବୀପର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏହି ପରୀକ୍ଷଣ କରାଯାଇଥିବା ବେଳେ ମିସନ୍‌ ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଅଗ୍ନି-୩କୁ ନିର୍ମାଣ କରିଛି। ଏଥିରେ ୩୫୦ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଥିବା ବେଳେ କ୍ଷେପଣାସ୍ତ୍ରର ଓଜନ ୫୦ ଟନ୍‌, ଲମ୍ବ ୧୭ ମିଟର, ଓସାର ୨ ମିଟର ଓ ଏହାର ଗତି ସେକେଣ୍ଡ ପ୍ରତି ୫ କିମି ରହିଛି। ଏହି କ୍ଷେପଣାସ୍ତ୍ରରେ ୨ ଷ୍ଟେଜ୍‌ ବିଶିଷ୍ଟ କଠିନଇନ୍ଧନ ବ୍ୟବହାର କରାଯାଇଥିବାବେଳେ ଏହା ୩୫୦୦ କିମିରୁ ୫ ହଜାର କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଆଜିର ପରୀକ୍ଷଣ ଏକ ମୋବାଇଲ ଲଞ୍ଚର୍‌ରୁ ହୋଇଥିଲା। ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ଅଗ୍ନି-୩।

ସମ୍ବନ୍ଧିତ ଖବର