ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭଦ୍ରକ ଗ୍ରାମ୍ୟ ନିର୍ମାଣ ବିଭାଗର ଡାଟା ଏଣ୍ଟ୍ରି ଅପରେଟର୍

ଭଦ୍ରକ: ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ ଡାଟା ଏଣ୍ଟ୍ରି ଅପରେଟର୍ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିବା ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର୍ ପ୍ରିୟବ୍ରତ ପଣ୍ଡା ଏକ ଠିକା କାମ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭଦ୍ରକ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ପ୍ରିୟବ୍ରତ ପଣ୍ଡା ୨ଟି ଠିକା କାମର ବିଲ୍ ପାସ୍ କରାଇବାକୁ ଦିଗମ୍ବର ଦାସ ନାମକ ଜଣେ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ |

୧୦ ଲକ୍ଷ ଟଙ୍କାର ଠିକା କାମର ବିଲ୍ ପାସ୍ କରାଇବାକୁ ପ୍ରିୟବ୍ରତ କିଛି ଦିନ ହେବ ଦିଗମ୍ବର ଦାସଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ମାଗି ଆସୁଥିଲେ| ଏଥିରେ ଅତିଷ୍ଠ ହୋଇ ଠିକାଦାର ଦିଗମ୍ବର ଦାସ ଏସଂପର୍କରେ ଭଦ୍ରକ ଭିଜିଲାନ୍ସକୁ ଖବର ଦେଇଥିଲେ। ଏହାପରେ ଆଜି ଭଦ୍ରକ ଗ୍ରାମ୍ୟ ନିର୍ମାଣ ବିଭାଗର ଡାଟା ଏଣ୍ଟ୍ରି ଅପରେଟର୍ ପ୍ରିୟବ୍ରତ ପଣ୍ଡା ଦିଗମ୍ବର ଦାସଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି।

ଏହାଛଡ଼ା ଭଦ୍ରକ ଭିଜିଲାନ୍ସ ଡିଏସପି ସଞ୍ଜୟ ଦାସମହାପାତ୍ରଙ୍କ ନିର୍ଦ୍ଦେଶରେ ଆଜି ପ୍ରିୟବ୍ରତଙ୍କ କାର୍ଯ୍ୟାଳୟ ଓ ଭଦ୍ରକର ମହୁଦାସ୍ଥିତ ବାସଭବନରେ ଚଢ଼ାଉ ଜାରି ରହିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର