ଭୁବନେଶ୍ବର : ଓପିଜିସିର ପୁଣିଥରେ ବିନିବେଶ ପ୍ରକ୍ରିୟା ଆରମ୍ଭ ହୋଇଛି। ଆମେରିକୀୟ କମ୍ପାନି ଏଇଏସ୍ ପାଖରେ ଓପିଜିସିର ୪୯ ପ୍ରତିଶତ ଅଂଶଧନକୁ ରାଜ୍ୟ ସରକାର ଗତବର୍ଷ ଡିସେମ୍ବରରେ ଫେରାଇ ଆଣିଥିଲେ। ଏହି ସମୟରେ ନୀତିଗତ ନିଷ୍ପତ୍ତି ଥିଲା ଯେ ଓପିଜିସର ନୂତନ ୟୁନିଟ୍ ଦ୍ବୟକୁ ପୂର୍ଣ୍ଣକ୍ଷମ ଓ ପ୍ରକଳ୍ପର ବଳକା କାର୍ଯ୍ୟ ସଂପୂର୍ଣ୍ଣ ହେଲା ପରେ ପୁଣିଥିରେ ଓପିଜିସିର ବିନିବେଶ କରାଯିବ। ଇତିମଧ୍ୟରେ ଏମଜିଆରକୁ ପୂର୍ଣ୍ଣକ୍ଷମ କରାଯିବା ସହିତ ନୂତନ ୟୁନିଟ୍ ଦ୍ବୟରେ ଥିବା ବଳକା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ତାରକା ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି ଯେ ଓପିଜିସିର ସୁପରିଚାଳନା ଓ ପ୍ରବନ୍ଧନରେ ଉତ୍କର୍ଷ ଆଣିବା ପାଇଁ ଏହାର ୪୯ ପ୍ରତିଶତ ଅଂଶଧନକୁ ୧୯୯୮/୯୯ ମସିହାରେ ବିନିବେଶ କରାଯାଇଥିଲା। ଏହି ପ୍ରକ୍ରିୟାରେ ଏଇଏସ୍ କମ୍ପାନିକୁ ଉକ୍ତ ଅଂଶଧନ ସହ ଦୈନିନ୍ଦିନ ପରିଚାଳନାଗତ ଦାୟିତ୍ବ ମଧ୍ୟ ହସ୍ତାନ୍ତର କରାଯାଇଥିଲା। ପରବର୍ତୀ ପର୍ଯ୍ୟାୟରେ ଏଇଏସ୍ କମ୍ପାନି ଓପିଜିସିରୁ ଓହରିବାକୁ ଇଚ୍ଛା ପ୍ରକାଶ କରିଥିଲା। ରାଜ୍ୟ ସରକାରଙ୍କୁ ରାଇଟ୍ ଅଫ ଫାଷ୍ଟ୍ ରିଫ୍ୟୁଜାଲ(ଆରଓଏଫ୍ଆର) ସମ୍ବନ୍ଧରେ କମ୍ପାନି ଅଗବତ କରିଥିବା ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି।
ଓପିଜିସିର ବିନିବେଶ ପ୍ରକ୍ରିୟା ଆରମ୍ଭ ହୋଇଛି: ଶକ୍ତି ମନ୍ତ୍ରୀ
/sambad/media/post_attachments/wp-content/uploads/2020/12/OPGC.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)