ଝାରସୁଗଡ଼ା: ଭୁଶୁଡି ପାଉଁଶ ପୋଖରୀ | ଝାରସୁଗୁଡା ଜିଲ୍ଲା ଇବ ଥର୍ମାଲସ୍ଥିତ ଓପିଜିସିର ପାଉଁଶ ପୋଖରୀ ଆଜି ସକାଳୁ ଭୁଶୁଡି ପଡିଛି | ମିଳିଥିବା ସୂଚନା ମୁତାବକ ପାଉଁଶ ପୋଖରୀରେ ୨୦ ଫୁଟ ଚଉଡ଼ାର ଘାଇ ସୃଷ୍ଟି ହେବା ପରେ ପାଉଁଶ ସ୍ଲରି ନିକଟସ୍ଥ ଗାଁ ସରଧାପାଲିକୁ ମାଡ଼ିବାରେ ଲାଗିଛି | ବର୍ତ୍ତମାନ ସୁଦ୍ଧା ଗାଁ ବାହାରେ ଥିବା ଚାଷ ଜମିଗୁଡିକ ପାଉଁଶରେ ପୋତି ହୋଇସାରିଥିବାବେଳେ ଏବେ ଗାଁମୁହା ହେଲାଣି ସ୍ଲରି l ଭୟଭୀତ ଗ୍ରାମବାସୀମାନେ ଜିନିଷପତ୍ର ନେଇ ଗାଁ ଛାଡ଼ିବାକୁ ବସିଲେଣି |
ଭୁଶୁଡିଲା ଓପିଜିସି ପାଉଁଶ ପୋଖରୀ
/sambad/media/post_attachments/wp-content/uploads/2023/12/a4372b56-4f96-4177-8a1b-d71d5f890dbf.jpg)