ଭୁବନେଶ୍ବର : ହାଇକୋର୍ଟଙ୍କ ରାୟକୁ ମାନୁ ନାହାନ୍ତି ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ(ଓପିଜିସି) କର୍ତୃପକ୍ଷ। ଏମିତି ଅଭିଯୋଗ କରିଛନ୍ତି ଶୁଭେନ୍ଦୁ ମହାନ୍ତି। ତାଙ୍କୁ କାର୍ଯ୍ୟରେ ପୁନଃନିଯୁକ୍ତି ପାଇଁ କୋର୍ଟ ଦେଇଥିବା ରାୟକୁ ୮ବର୍ଷ ବିତିଥିଲେ ହେଁ ତାଙ୍କୁ ଠିକ୍ ଭାବେ ଥଇଥାନ କରାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ପଦୋନ୍ନତି, ବକେୟା ଦରମା ଆଦି କ୍ଷେତ୍ରରେ ତାଙ୍କୁ ଅବହେଳା କରାଯାଇଥିବା ସେ କହିଛନ୍ତି।
ଶ୍ରୀ ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ୨୦୧୪ ମସିହାରେ ତାଙ୍କ ସପକ୍ଷରେ କୋର୍ଟରୁ ରାୟ ଆସିଥିଲା। ମାମଲାର ଶୁଣାଣି ସମୟରେ ଓପିଜିସି ପକ୍ଷରୁ କୋର୍ଟରେ ଜମା ହୋଇଥିବା ୧ଲକ୍ଷ ଓ ତା’ର ସୁଧ ଟଙ୍କା ଦିଆଯାଇଥିଲା। ୨୦୦୮ ମସିହାରେ ବହିଷ୍କୃତ ସମୟରେ ବରିଷ୍ଠ ମହାପ୍ରବନ୍ଧକ ଥିବା ବେଳେ ଏବେ ମହାପ୍ରବନ୍ଧକଭାବେ ଥଇଥାନ କରାଯାଇଛି। ଓପିଜିସିରେ ପ୍ରତି ୩ବର୍ଷରେ ଥରେ ପଦୋନ୍ନତିର ବ୍ୟବସ୍ଥା ଥିବା ବେଳେ ଗତ ୧୪ବର୍ଷ ଭିତରେ ପଦୋନ୍ନତି, ବକେୟା ଦରମା ଓ ଦରମା ଫିଟମେଣ୍ଟ ଆଦି କରାଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/OPGC.jpg)