ଶକ୍ତି ମନ୍ତ୍ରୀଙ୍କ ସହ ଆଲୋଚନା କଲା ଓପିଜିସି ଅଧିକାରୀ ସଂଘ

ବୈଠକରେ ସଂଘ ମୁଖ୍ୟ ଉପଦେଷ୍ଟା ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତ

ଭୁବନେଶ୍ବର : ସପ୍ତମ ବେତନ କମିସନ ଦେୟ, ଭତ୍ତା, ପଦୋନ୍ନତି, ଦରମା ତାରତମ୍ୟ ଦୂରୀକରଣ ନେଇ ଓପିଜିସି ଅଧିକାରୀ ସଂଘ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ ଆଲୋଚନା କରିଛି। ଆଜି ମନ୍ତ୍ରୀଙ୍କ ବିଧାନସଭା ପ୍ରକୋଷ୍ଠରେ ଓପିଜିସି ଅଧିକାରୀ ସଂଘର ମୁଖ୍ୟ ଉପଦେଷ୍ଟା ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କର୍ମଚାରୀଙ୍କ ପଦବିରେ ଥିବା ଅସଙ୍ଗତି ଦୂର କରିବା ସହିତ ବାର୍ଷିକ ଇନକ୍ରିମେଣ୍ଟ୍ ପ୍ରଦାନ ନେଇ ଯୁକ୍ତି ଉପସ୍ଥାପନ କରିଥିଲେ। ଏହାସହିତ ସଂଘର ଦାବିଗୁଡ଼ିକ ଉପରେ ତୁରନ୍ତ ବିହିତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀଙ୍କୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ। ସଂଘ ତରଫରୁ ଉପସ୍ଥାପିତ କରାଯାଇଥିବା ଦାବିଗୁଡ଼ିକ ଉପରେ ବିଚାର କରି ଉପଯୁକ୍ତ ନିଷ୍ପତ୍ତି ନେବାକୁ ମନ୍ତ୍ରୀ ଶ୍ରୀ ମିଶ୍ର ଓପିଜିସି ମ୍ୟାନେଜମେଣ୍ଟକୁ ପରାମର୍ଶ ଦେଇଛନ୍ତି। ଆଲୋଚନା ବେଳେ ଓପିଜିସି ଅର୍ଥ ନିର୍ଦ୍ଦେଶକ ପ୍ରଭାକର ମହାନ୍ତି, ସଂଘ ସଦସ୍ୟ ଧନଞ୍ଜୟ ପ୍ରଧାନ, କୃଷ୍ଣ ଚନ୍ଦ୍ର ସାମନ୍ତରାୟ, ବାବା ମହାନ୍ତି, ଧରଣୀଧର ବେହେରା, କୃଷ୍ଣ ଚନ୍ଦ୍ର ମିଶ୍ର ଏବଂ ଚନ୍ଦନ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର