ଇବ୍ଥର୍ମାଲ : ଓପିଜିସି ଇବ ତାପଜ ବିଦ୍ୟୁତ୍ କେନ୍ଦ୍ରର ୟୁନିଟ୍ ୧କୁ ବାର୍ଷିକ ରକ୍ଷଣାବେକ୍ଷଣ ସକାଶେ ବନ୍ଦ ରଖାଯାଇଛି। ୨୧୦ ମେଗାଓ୍ଵାଟ୍ ସଂପନ୍ନ ଏହି ୟୁନିଟ୍ରୁ ବର୍ତ୍ତମାନ ଉତ୍ପାଦନ ବନ୍ଦ ରହିଛି। ଗ୍ରିଡ୍କୋ ଓ ଏସଏଲଡିସିର ଅନୁମତିକ୍ରମେ ଏହାକୁ ବନ୍ଦ ରଖାଯାଇଥିବା ଅଧିକାରୀ ସ୍ତରରେ କୁହାଯାଇଛି। ଗତ ବର୍ଷ ୨୦୧୬ରେ ଏହି ୟୁନିଟ୍କୁ ବାର୍ଷିକ ମରାମତି ସକାଶେ ୧୭ ଜାନୁଆରିରୁ ୧୭ ଫେବ୍ରୁଆରି ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା। ଏଥର କିନ୍ତୁ ଏହା ୨୧ ଦିନ ମଧ୍ୟରେ ଠିକ ହୋଇଯିବ ବୋଲି କୁହାଯାଇଛି। ବାର୍ଷିକ ମରାମତିରେ ବଏଲର ଏବଂ ଏହାର ଅନ୍ୟାନ୍ୟ ଯନ୍ତ୍ରାଂଶ, ଟର୍ବାଇନ, ଜେନେରେଟର ଆଦିର ମରାମତି କରାଯିବାର ସୂଚନା ମିଳିଛି।
ଓପିଜିସି ୟୁନିଟ୍ ୧ ଅଚଳ
/sambad/media/post_attachments/wp-content/uploads/2017/11/opgc1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)