ଇବଥର୍ମାଲ : ବୁଧବାର ରାତି ପ୍ରାୟ ୧୨ଟାରୁ ଓପିଜିସି ତାପଜ ବିଦ୍ୟୁତ୍ କେନ୍ଦ୍ରର ପ୍ରଥମ ୟୁନିଟ୍ ଅଚଳ ହୋଇଯାଇଛି। ଫଳରେ ୨୧୦ ମେଗାଓ୍ଵାଟ୍ କ୍ଷମତା ସମ୍ପନ୍ନ ଏହି ୟୁନିଟ୍ରୁ ଉତ୍ପାଦନ ଠପ୍ ହୋଇ ପଡ଼ିଛି। ୨୪ ଘଣ୍ଟା ମଧ୍ୟରେ ଏହି ୟୁନିଟ୍କୁ ପୁଣି ସଚଳ କରିବାକୁ କମ୍ପାନିର ଯନ୍ତ୍ରୀଙ୍କ ପକ୍ଷରୁ ଜୋର୍ସୋର୍ ଉଦ୍ୟମ ଆରମ୍ଭ ହୋଇଥିବା ଅଧିକାରୀ ଦିଲୀପ ପଣ୍ଡା ସୂଚନା ଦେଇଛନ୍ତି। ୟୁନିଟ୍ର ଟର୍ବାଇନ ଓ କୂପରେ କୌଣସି ବୈଷୟିକ ତ୍ରୁଟି ଯୋଗୁଁ ଏହି ଅଚଳାବସ୍ଥା ସୃଷ୍ଟି ହୋଇଥିବା ସୂତ୍ରରୁ ପ୍ରକାଶ।
ଓପିଜିସି ୟୁନିଟ୍ ୧ ଅଚଳ
/sambad/media/post_attachments/wp-content/uploads/2018/06/opgc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)