ଓପିଜିସି ୟୁନିଟ୍‌ ୨ ଅଚଳ

ଇବ୍‌ଥର୍ମାଲ : ଓଡ଼ିଶା ପାଓ୍ବାର ଜେନେରେସନ୍ କର୍ପୋରେସନ (ଓପିଜିସି)ର ବନହରପାଲିସ୍ଥିତ ଇବ୍‌ ତାପଜ ବଦ୍ୟୁତ କେନ୍ଦ୍ରର ୟୁନିଟ୍‌ ୨ (୨୧୦ ମେଗାଓ୍ବାଟ୍)କୁ ବାର୍ଷିକ ମରାମତି ସକାଶେ ବନ୍ଦ କରାଯାଇଛି। ବୁଧବାର ମଧ୍ୟରାତ୍ରିରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ବଏଲର୍, ଆନୁଷଙ୍ଗିକ ଯନ୍ତ୍ରପାତି, ଟର୍‌ବାଇନ୍‌, ଟ୍ରାନ୍‌ସଫର୍ମର ସମେତ ରକ୍ଷଣାବେକ୍ଷଣ ଓ ବାର୍ଷିକ ମରାମତି କରାଯିବ। ସରକାରୀ ପ୍ରକ୍ରିୟା ଅନୁସାରେ ରାଜ୍ୟ କର୍ତ୍ତୃପକ୍ଷ ଯଥା ଗ୍ରିଡ୍‌କୋ, ଷ୍ଟେଟ୍ ଲୋଡ୍ ଡେସ୍‌ପାଚ୍‌ ସେଣ୍ଟରଙ୍କ ପରାମର୍ଶ ଓ ଅନୁମତି କ୍ରମେ ଏହାକୁ ବନ୍ଦ ରଖାଯାଇଛି। ଏହା ପୁନଃ କାର୍ଯ୍ୟକ୍ଷେମ ହେବାକୁ ଅନ୍ୟୁନ ୨୦ ଦିନ ଲାଗିଯିବ ବୋଲି ଓପିଜିସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର