ଇବ୍ଥର୍ମାଲ: ଓଡ଼ିଶା ପାଓ୍ବାର ଜେନେରେସନ୍ କର୍ପୋରେସନ୍ (ଓପିଜିସି) ଝାରସୁଗୁଡା ଜିଲ୍ଲା ବନହରପାଲି ସ୍ଥିତ ୟୁନିଟ୍ ୨ ଗୁରୁବାର ରାତ୍ରି ୧୨ ଟାରୁ ବନ୍ଦ ରହିବ। ଫଳରେ ୨୧୦ ମେଗାଓ୍ବାଟ୍ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ବନ୍ଦ ରହିବ। ବାର୍ଷିକ ମରାମତି ସକାଶେ ଏହି ୟୁନିଟ୍କୁ ବନ୍ଦ କରାଯାଇଥିବା କହାଯାଇଛି।
ମରାମତି ସମୟରେ ଏହାର ଟର୍ବାଇନ୍, ଜେନେରେଟର୍ ସମେତ ସମସ୍ତ ଯାନ୍ତ୍ରିକ ଯନ୍ତ୍ରପାତି ମରାମତି କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରୁ ଅନୁମତି ନେଇ କରାଯାଉଥିବା ଏବଂ ଏହି ମରାମତି କାମ ଅନ୍ୟୁନ ୩୦ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜନ ସଂପର୍କ ଅଧିକାରୀ ହିମାଂଶୁ ବେହେରାଙ୍କଠାରୁ ପ୍ରକାଶ।