ଇବଥର୍ମାଲ : ବନହରପାଲି ଥାନା ଓପିଜିସିରେ ଆସ୍ପଣ୍ଡ ସକାଶେ ବ୍ୟବହୃତ ପାଇପ କାଟି ଦିନବେଳା ଚୋରି କରୁଥିବା ବେଳେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୁମ୍ଭାରବନ୍ଧ ଫାଣ୍ଡି ଦଳଗାଁ ପଞ୍ଚାୟତ ବଲିଆମୁଣ୍ଡା ଗ୍ରାମର ମହେନ୍ଦ୍ର ଓରାମ (୨୩) ଓ ରାଜକିରଣ ଓରାମ (୨୭)।
ପ୍ରାପ୍ତ ସୂଚନାନୁସାରେ ଦୁର୍ବୃତ୍ତ ଦ୍ବୟ ଓପିଜିସି ଇବଥର୍ମାଲର ବିଛା ଯାଇଥିବା ଆସ୍ ପାଇପକୁ ସହରାଇପଡ଼ାରେ କଟର୍ ମେସିନ୍ରେ କାଟିବାକୁ ପ୍ରୟାସ କରୁଥିଲେ। ଏହି ସମୟରେ ଉକ୍ତ ଅଞ୍ଚଳ କାର୍ଯ୍ୟରତ ସୁରକ୍ଷା କର୍ମୀ ଗୌତମ ପ୍ରଧାନ ଏହା ଦେଖି ତୁରନ୍ତ ଓପିଜିସି ସୁରକ୍ଷା ଅଧିକାରୀ ମୁକେଶ ନାୟକଙ୍କୁ ଫୋନରେ ସୂଚନା ଦେବା ସହ ଚୋରମାନଙ୍କୁ ଧରିବାକୁ ପ୍ରୟାସ କରିଥିଲେ। ମାତ୍ର ଚୋରମାନେ ଟାଙ୍ଗିଆରେ ଆକ୍ରମଣ କରିବାରୁ ଗୌତମ ଆହତ ହୋଇଥିଲେ। ତେବେ ଅଳ୍ପ ସମୟରେ ଆଉ କିଛି ସୁରକ୍ଷାକର୍ମୀ ଘଟଣା ସ୍ଥଳରେ ପହଞ୍ଚି ଚୋରମାମଙ୍କୁ କାବୁ କରିବା ପରେ ପୁଲିସର ଜିମା ଦେଇଥିଲେ। ସୁରକ୍ଷା ଅଧିକାରୀ ଶ୍ରୀ ନାୟକଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଥିବା ଆଇଆଇସି ଆନ୍ନା ମିଞ୍ଜ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/arrest.jpg)