ଚାଷୀଙ୍କ ପାଇଁ ତାତିଲା ଗୃହ

କେନ୍ଦ୍ର ଓ ରାଜ୍ୟ ବିରୋଧରେ ବର୍ଷିଲେ ନରସିଂହ, ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ଲାଗି ସର୍ବସମ୍ମତ ପ୍ରସ୍ତାବ ବିଧାନସଭାରେ ପାରିତ ହେଲା। ଗୃହ କମିଟି ଗଠନ କରାଯାଇ ନିଷ୍ପତ୍ତି ହେଲା, ପ୍ରଧାନମନ୍ତ୍ରୀଙ୍କୁ ସମୟ ମଗାଯିବ। ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ସମୟ ଦେବେନି? ଓଡ଼ିଶା ବିଧାନସଭାର ବାଚସ୍ପତି ଚିଠି ଲେଖିବେ, ଅଥଚ ପ୍ରାପ୍ତି ସ୍ବୀକାର ପତ୍ରଟିଏ ମିଳିବନି? ଓଡ଼ିଶାବାସୀଙ୍କୁ ଏହା ଅପମାନ ନୁେହଁ? ନିଜ ଦଳ କାମ କରିବା ଲାଗି ସମୟ ଅଛି। ଓଡ଼ିଶା େଲାକଙ୍କ ପାଇଁ ତାଙ୍କର ସମୟ ନାହିଁ? ସରକାର କଣ କରୁଛନ୍ତି? ମୁଖ୍ୟମନ୍ତ୍ରୀ େନତୃତ୍ବ ନିଅନ୍ତୁ। ଚାଷୀଙ୍କ ପାଇଁ ଚାଲ, ଦିଲ୍ଲୀରେ ଆନ୍ଦୋଳନ କରିବା। ସମସ୍ତ ୧୪୭ ବିଧାୟକ େଯାଗଦେବେ। େଦଖିବା େକନ୍ଦ୍ର ସରକାର େକତେ ସମୟ ଓଡ଼ିଶାର ଦାବି ଉପରେ ଚୁପ୍ ବସିପାରୁଛନ୍ତି।

ଧାନର ଉଚିତ ମୂଲ୍ୟ ସହିତ ଚାଷୀ ମାଗେ ସୁରକ୍ଷା ଓ ସମ୍ମାନ। ଚାଷୀଙ୍କ ସ୍ବାର୍ଥ ସୁରକ୍ଷା ପରିବର୍ତେ ସରକାର କରେ ଚାଷୀଙ୍କୁ ଦମନ। ଏହି ପ୍ରସଙ୍ଗରେ ବିେରାଧୀ କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଜି ଏମିତି ଭାଷାରେ ଗର୍ଜନ କରିଥିଲେ ବିେରାଧୀ ଦଳ େନତା ନରସିଂହ ମିଶ୍ର। ଉଭୟ ରାଜ୍ୟ ସରକାର ଓ େକନ୍ଦ୍ର ସରକାର ଚାଷୀମାନଙ୍କୁ କିଭଳି ମରଣମୁହଁକୁ େଠଲି ଦେଲେଣି, େସ ସଂକ୍ରାନ୍ତରେ ଅଭିେଯାଗର ପାହାଡ ଲଦିଥିଲେ। ସାର, ଔଷଧ ଯୋଗାଣରେ କେଳେଙ୍କାରୀ ଠାରୁ ଆରମ୍ଭ କରି ଚାଷ ଓ ଚାଷୀଙ୍କ େକ୍ଷତ୍ରରେ ସରକାର େଦଇଥିବା ମିଥ୍ୟା ପ୍ରତିଶ୍ରୁତି ବଖାଣିଥିଲେ ଗୃହରେ। ପ୍ରଶ୍ନବାଣରେ ଅତିଷ୍ଠ କରି େଦଇଥିଲେ କୃଷିମନ୍ତ୍ରୀଙ୍କୁ ଓ ଜବାବ ମାଗିଥିେଲ। େକବଳ ବିେରାଧୀ ଦଳ େନତା ନୁୁେହଁ, କେଂଗ୍ରସ ଓ ବିେଜପି ବିଧାୟକମାେନ ମଧ୍ୟ ଅତ୍ୟନ୍ତ ଶାଣିତ ଭାଷା ପ୍ରୟୋଗ କରି ସରକାରଙ୍କୁ ସମାେଲାଚନା କରିଥିେଲ। ପାଖାପାଖି ସାେଢ ତିନି ଘଣ୍ଟା ଧରି ବିଧାନସଭାରେ ଆଜି ଚାଷ ଓ ଚାଷୀ ପ୍ରସଙ୍ଗକୁ େନଇ ଝଡ ସୃଷ୍ଟି େହାଇଥିଲା।

ଆେଲାଚନା ଆରମ୍ଭ କରି କେଂଗ୍ରସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଥିେଲ, ସରକାର ଚାଷୀଙ୍କୁ େସ୍ଲା ପଏଜନ୍ େଦଇ ମାରୁଛନ୍ତି। ରାଜ୍ୟରେ ଚାଷ ସ୍ଥିତି ଏମିତି େଯ ଯିଏ ଚାଷ କରୁଛି ତାକୁ ଝିଅ େକହି େଦଉନାହାନ୍ତି। ରାଜ୍ୟ ସରକାର ବିଜୁ ବାହିନୀ ପାଇଁ ୫୦୦ େକାଟି ଟଙ୍କା ବ୍ୟୟବରାଦ କରିଛନ୍ତି। ପ୍ରତି ଗାଁକୁ ୧୫ ହଜାର ଟଙ୍କା ଯାଉଛି। ଚାଷୀକୁ େପନସନ୍ େଦବା ପାଇଁ କିଛି ଅର୍ଥ ନାହିଁ। କୁଆଡେ ଗଲା ଆଳୁ, ପିଆଜ ମିସନ? ଶୀତଳଭଣ୍ଡାର େଖାଲିଲା? ଧାନ କିଣାରେ କ୍ବିଣ୍ଟାଲ ପିଛା ୭ରୁ ୮ କେଜି କଟାଯାଉଛି। ଜଗନ୍ନାଥ ଏମାନଙ୍କୁ କ୍ଷମା େଦବେନି। କେଂଗ୍ରସ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ନବ କିେଶାର ଦାସ ଓ ଅଂଶୁମାନ ମହାନ୍ତି ପ୍ରମୁଖ ଆେଲାଚନାରେ ଭାଗ େନଇ ଚାଷୀଙ୍କ ସଂପର୍କରେ ରାଜ୍ୟ ସରକାରଙ୍କ ଉଦାସୀନତାର ଲମ୍ବା ଅଭିେଯାଗ ରଖିଥିେଲ।

ବୈଧାନିକ ପ୍ରଶ୍ନ ଉତ୍ଥାପନ ଛଳରେ ବିେରାଧୀ ଦଳ େନତା ମୁଲତବୀ ଆେଲାଚନାରେ ଭାଗ େନଇ କହିଥିଲେ, ଦୁଇମାସରୁ ଅଧିକ ସମୟ ଧରି ରାଜ୍ୟରେ ଓକିଲ ଆେନ୍ଦାଳନ କଲେ। େଲାକ ନ୍ୟାୟ ପାଇବାରୁ ବଞ୍ଚିତ େହଲେ। ହାଇେକାର୍ଟ ପରିସରରେ ହଙ୍ଗାମା େହଲା। ୧୪୪ ଧାରା ଜାରି େହାଇଥିଲା। ଯଦି ଓକିଲଙ୍କୁ ଡରି ସରକାର ଚୁପ୍ େହାଇ ବସିଲେ, େତବେ ନିଜ ଦାବି ହାସଲ ଲାଗି ଶାନ୍ତିପୂର୍ଣ୍ଣ ଭାବେ ରାଜଧାନୀ ଆସୁଥିବା ଚାଷୀଙ୍କ େକ୍ଷତ୍ରରେ ୧୪୪ ଧାରା କାହିଁକି ଲାଗୁ କରାଗଲା? କାହିଁକି େସମାନଙ୍କ ଉପରେ ପୁଲିସ ଲାଠିଚାର୍ଜ କଲା? କୌଣସି କାରଣ ନଥାଇ ଚାଷୀଙ୍କୁ ଦମନ କରାଯାଉଛି? ଗୃହ ଏହାକୁ ଭର୍ତ୍ସନା କରିବନି? ନିନ୍ଦା କରିବନି?

ଶ୍ରୀ ମିଶ୍ର କହିଥିଲେ, ଧାନ କିଣା ବ୍ୟବସ୍ଥା ଭାରତୀୟ ଖାଦ୍ୟ ନିଗମ ଦାୟିତ୍ବ। ସରକାର କାହିଁକି ଏହାକୁ ନିଜ ମୁଣ୍ଡକୁ ଆଣିଲେ? ଶହ ଶହ େକାଟି ଟଙ୍କା ଖାଇବା ପାଇଁ? ଖାସ୍ େସଇଥିପାଇଁ ହାଇେକାର୍ଟ କହିଥିଲେ, ରାଜ୍ୟ ସରକାର, ଅସାଧୁ ସରକାରୀ କର୍ମଚାରୀ, ମିଲର୍ସ ଚାଷୀଙ୍କୁ େଶାଷଣ କରୁଛନ୍ତି। ଏସବୁ ସତ କହିଲେ, ସରକାରୀ ଦଳ କହିବେ ଆମେ ରାଜନୀତି କରୁଛୁ।

ସେହିପରି ୩୫ ପ୍ରତିଶତ ଚାଷ ଜମିରେ ଜଳସେଚନ କଥା ୨୦୦୬ ମସିହାରେ ସରକାର କହିଥିେଲ। ୨୦୦୮ ମସିହାରେ କୁହାଗଲା, େଯଉଁଠାରେ ଜଳସେଚନ େହାଇନଥିବ, ୫ଲକ୍ଷ ସଂପୃକ୍ତ ଗ୍ରାମକୁ ଦିଆଯିବ। ୨୦୦୯ରେ ମାଗଣା ବିଦ୍ୟୁତ େଯାଗାଣ କଥା କହିଥିେଲ। କିଛି ବି େହଲାନି। ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ କଥା କୁହାଯାଇଥିଲା। ତାହା ବି େହଲାନି। ରାଜ୍ୟ ସରକାର ଅଭ୍ୟାସଗତ ମିଛୁଆ। କହିେବ, କଥା ରଖିେବନି। ଚାଷୀଙ୍କୁ ଠକି ଚାଲିବେ। ଏବେ ସମୟ ଆସିଛି, ଚାଷୀ ତାଙ୍କୁ ଠକିେବ।
ରାଜ୍ୟ ସରକାର ଚାଷୀ ମୃତ୍ୟୁକୁ ସ୍ବୀକାର କରନ୍ତୁ େବାଲି ସୂଚାଇ ଶ୍ରୀ ମିଶ୍ର କହିଥିଲେ, ପୂର୍ବତନ ବାଚସ୍ପତି ଥିବା େବଳେ ଗୃହ କମିଟିକୁ ସ୍ଥିତି ଅନୁଧ୍ୟାନ ପାଇଁ କହିଥିେଲ। ଏହି କମିଟି ରିେପାର୍ଟ କୁଆଡେ ଗଲା? କମିଟି ରିେପାର୍ଟ େଦଲେନି କି ସମୟ େନଲେନି। ଏହା ସ୍ବାଧିକାର ଭଙ୍ଗ ନୁେହଁ?

ରାଜ୍ୟ ସରକାର କୃଷି କର୍ମଣ ପୁରସ୍କାର ଚାଷୀଙ୍କୁ େଶାଷଣ ପାଇଁ ପାଉଛନ୍ତି। ଏଠି ତ୍ରୁଟିପୂର୍ଣ୍ଣ ପରିସଂଖ୍ୟାନ େଦଇ େଯଭଳି ଗୃହକୁ ଓ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏ ସରକାର ମିଛ କହିବାରେ ଓସ୍ତାଦ। ବିେରାଧୀ ଦଳ େନତା କହିଥିଲେ, େକନ୍ଦ୍ରାପଡାରେ ଧାନ କିଣାରେ ବଡ଼ ଦୁର୍ନୀତି େହାଇଛି। ସ୍ଥାନୀୟ ଜିଲ୍ଲା ସଭାପତି ଏହି ଦୁର୍ନୀତିରେ ଅଛନ୍ତି। ଏହି ଘଟଣାର ଭିଜିଲାନ୍ସ ତଦନ୍ତ ଚାଲିଛି। ଅଡିଟ୍ ରିେପାର୍ଟ େଦଇଛନ୍ତି। ରାଜ୍ୟ ସରକାର ସଂପୃକ୍ତ ବିେଜଡି ସଭାପତିଙ୍କୁ ଦଳର ଉପସଭାପତି ପଦକୁ ପଦୋନ୍ନତି େଦଇଦିଅନ୍ତୁ।

େକବଳ େସତିକି ନୁେହଁ, ଆଗରୁ ସାର କଳାବଜାରୀ କଥା କୁହାଯାଇଥିଲା। ମନ୍ତ୍ରୀ ଜାଣି ବି କାର୍ଯ୍ୟାନୁଷ୍ଠାନ େନଉନାହାନ୍ତି। େହଲେ ରିେପାର୍ଟ ଆସିଛି ପୋକମରା ଔଷଧ ଆଦିରେ ବ୍ୟାପକ େଚାରି ଚାଲିଛି। ମନ୍ତ୍ରୀଙ୍କର େବାଧହୁଏ ଆଉ କ୍ଷମତା ନାହିଁ, ଏଣୁ କାର୍ଯ୍ୟାନୁଷ୍ଠାନ େନଇପାରୁନାହାନ୍ତି। ବୀମା େକ୍ଷତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି େହାଇଛି େବାଲି ଶ୍ରୀ ମିଶ୍ର କହିଥିଲେ।

ବୈଧାନିକ ପ୍ରଶ୍ନ ଉତ୍ଥାପନ ଆଳରେ ଆଲୋଚନାରେ ଭାଗ େନଇ ବିେଜପି ବିଧାୟକ ଦଳ େନତା କନକ ବର୍ଧନ ସିଂହଦେଓ କହିଥିେଲ, କୃଷି ବିଭାଗ ଏକ େଟାଲ୍ ଫ୍ରି ନମ୍ବର େଦଇଛନ୍ତି। ମନ୍ତ୍ରୀ ଆଜି ଏଇଠୁ ଯାଇ ନିଜେ ଡାଏଲ କରନ୍ତୁ। କିଏ େଫାନ୍ ଧରୁଛନ୍ତି। ଚକଡା େପାକ େକ୍ଷତ୍ରରେ ସରକାରଙ୍କ ଔଷଧ ନାହିଁ। ଚାଷୀ ଗଭୀର ଭାବେ ପ୍ରଭାବିତ େହଲାଣି। ଚାଷୀଙ୍କୁ ବୀମା ଅର୍ଥ ମିଳୁନି। ଚାଷୀ େଯଉଁ ପ୍ରିମିୟମ ଦାଖଲ କରିଥିେଲ, ତାହା ତାଙ୍କ ଆକାଉଣ୍ଟକୁ େଫରି ଆସିଲାଣି। ଏ େନଇ ତନାଘନା ପରେ ବଲାଙ୍ଗୀର ଜିଲ୍ଲାପାଳ ବିଭାଗୀୟ ସଚିବଙ୍କ ସହିତ ଆେଲାଚନା କରିଛନ୍ତି। ଏହାର ସମାଧାନର ରାସ୍ତା ଏଯାଏ ବାହାରିପାରୁନାହିଁ।

ପ୍ରଧାନମନ୍ତ୍ରୀ ସମୟ େଦଉନାହାନ୍ତି େବାଲି ସମସ୍ତେ କହୁଛନ୍ତି। ବିଧାନସଭାରେ ବିେଜପି ମଧ୍ୟ ଧାନର କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା ମୂଲ୍ୟ ପ୍ରସ୍ତାବରେ ଦସ୍ତଖତ କରିଛି। େହଲେ ସଂସଦରେ ଥିବା ବିେଜଡିର ୨୮ ଜଣ ସାଂସଦ କଣ କରୁଛନ୍ତି? େସମାେନ େକତେ ଥର ପ୍ରଧାନମନ୍ତ୍ରୀଙ୍କୁ େଭଟିବାକୁ େଚଷ୍ଟା କରିଛନ୍ତି?

ବିେଜପି ବିଧାୟକ ରବି ନାରାୟଣ ନାଏକ କହିଥିଲେ, ଧାନ ସଂଗ୍ରହ େବଳେ ଚାଷୀଙ୍କ ଠାରୁ କ୍ବିଣ୍ଟାଲ ପିଛା ୫ େକଜି େଲଖାଏଁ କଟାଯାଉଛି। େକାରାପୁଟରେ ଏହାର ପରିମାଣ ୧୦ େକଜି ରହିଛି। ରାଜ୍ୟ ସରକାର ଏେତ ବର୍ଷ ଶାସନ କଲେଣି। ଯଦି ସାହସ ଅଛି, େତବେ ଛତିଶଗଡ ଓ ମଧ୍ୟପ୍ରଦେଶ ଭଳି ବିନା ସୁଧରେ ଚାଷୀଙ୍କୁ ଋଣ ଦିଅନ୍ତୁ। ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ର ରାଜ୍ୟଭଳି ଚାଷୀ ଆତ୍ମହତ୍ୟା କଲେ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଉ। ଆଳୁ ମିସନ ପାଇଁ ୧୬୦ େକାଟି ଦିଆଗଲା। କୁଆଡେ ଗଲା ଏ ଅର୍ଥ? କୁଆଡେ ଗଲା ସରକାରଙ୍କ ଭାଗଚାଷୀ ଆଇନ? ବିଧାୟକ ପ୍ରଦୀପ ପୁେରାହିତ କହିଥିଲେ, ଚାଷୀଙ୍କୁ ୨୦୧୫ରୁ େବାନସ େଦବା କଥା କହିଥିଲେ। ୧୦୦ ଟଙ୍କା େବାନସ େଦବେ କଣ, ୧ ଟଙ୍କା ବି େଦଲେନି। ଅଥଚ ଗୁଣ୍ଡା ଗର୍ଦି କରିବା ଲାଗି ବିଜୁ ଯୁବ ବାହିନୀକୁ ୫୦୦ େକାଟି ଦିଆଗଲା। ଛତିଶଗଡ ସରକାର ୩୦୦ ଟଙ୍କା େବାନସ, ଝାଡଖଣ୍ଡ ୨୦୦ ଟଙ୍କା େବାନସ ଦିଆଯାଉଛି େବାଲି େସ ଗୃହକୁ ସୂଚନା େଦଇଥିେଲ।

ସମ୍ବନ୍ଧିତ ଖବର