ସ୍କୁଲ ପଡ଼ିଆରେ ରାସ୍ତା ନିର୍ମାଣକୁ ବିରୋଧ

ପଦ୍ମପୁର: କେନ୍ଦୁଝର ସଦର ବ୍ଲକ ନୂଆଗାଁ ପଞ୍ଚାୟତ଼ ବୀରକିଶୋରପୁର ମଣ୍ତଳପାଟ ହାଇସ୍କୁଲ ପଡ଼ିଆରେ ରାସ୍ତା ନିର୍ମାଣକୁ  ଗ୍ରାମବାସୀ ବିରୋଧ କରିଛନ୍ତି। ଶୁକ୍ରବାର ଜେସିବି ଏବଂ ଏକ ଟ୍ରାକ୍ଟର ଲଗାଇ ରାସ୍ତା ନିର୍ମାଣ କରାଯାଉଥିବା  ଗ୍ରାମବାସୀ ଜାଣିବା ପରେ ରାସ୍ତା କାମ ବନ୍ଦ କରିଛନ୍ତି।  ହାଇସ୍କୁଲ ଖେଳପଡ଼ିଆ ପରିମାଣ ୧୫ ଏକର ୭୨ଡ଼ିସମିଲ ପୂର୍ବରୁ ଚ଼ିହ୍ନଟି କରାଯାଇଥିବାବେଳେ ସ୍କୁଲ ନାମରେ ୯୪୮/ ୯୪୯/ ୯୫୦/ ୯୫୪/ ୯୫୫/ ୯୫୬/ ୯୫୭/ ୯୫୮/ ୯୫୯/ ୯୬୦/ ୯୬୧/ ୯୬୨/ ୯୬୩/ ୯୬୪/ ୯୬୫/ ୧୫ଟି ପ୍ଲଟ ରହିଛି।

ଶନିବାର ଗ୍ରାମବାସୀ ସ୍କୁଲ ପରିସରରେ ଏକ ବୈଠକରେ ଏହାକୁ ଘୋର ବିରୋଧ କରିଛନ୍ତି। ତ଼ୁରନ୍ତ ହାଇସ୍କୁଲ ଖେଳ ପଡ଼ିଆ ଚ଼ିହ୍ନଟ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି। ବୀରକିଶୋରପୁର ଏମ୍ଇ ଓ ହାଇସ୍କୁଲ ଅଧୀନରେ ୧୫ ଏକର ୭୨ ଡ଼ିସମିଲ ଜମି ରହିଛି। ଏହାକୁ ୫-ଟି ଅଧୀନରେ ଆଣିବା ସହ ଜମି ଚ଼ିହ୍ନଟ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏହାର ସମାଧାନ ନହେଲା ଯାଏ ମୋରମ ଏବଂ ମାଟି ଟ୍ରିପ୍‌କୁ  ପ୍ରଧାନ ଶିକ୍ଷକଙ୍କ ଦାୟିତ୍ବରେ ରଖାଯାଇଥିବା ସ୍ବଂୟସହାୟକ ମହିଳା ଗୋଷ୍ଠୀ ସମେତ଼ ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର