କାଳିଆପାଣି: ଗାଁରେ ଥିବା ଏକମାତ୍ର ସରକାରୀ ପ୍ରାଥମିକ ସ୍କୁଲ ସ୍ଥାନାନ୍ତରଣକୁ ବିରୋଧ କରି ଦାନଗଦୀ ବ୍ଲକ ଓସ୍ତପାଳ ପଞ୍ଚାୟତ ଅନ୍ତର୍ଗତ ପାଇକାଳି ବଗପାଟିଆ ଗ୍ରାମବାସୀ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଏଠାରେ ଥିବା ୨ଟି ଯାକ ୧୩ ଓ ୧୪ ନମ୍ବର ବୁଥ୍ରେ ମତଦାନ ବାଧାପ୍ରାପ୍ତ ହେବା ଆଶଂକା ପ୍ରକାଶ ପାଇଛି। ବର୍ଷକ ତଳୁ ଏଠାରେ ସ୍କୁଲ ସ୍ଥାନାନ୍ତରଣକୁ ବିରୋଧ କରାଯାଇ ଗ୍ରାମବାସୀଙ୍କ ପକ୍ଷରୁ ସ୍କୁଲ ଫାଟକରେ ତାଲା ପକା ଯାଇଥିଲା। ତେବେ ଭୋଟ୍ ପାଇଁ ଆଜି ପୁଲିଂ ପାର୍ଟି ଉକ୍ତ ସ୍କୁଲ ପରିସରରେ ପହଞ୍ଚିଥିଲେ ମଧ୍ୟ ଗ୍ରାମବାସୀ ଏହାକୁ ବିରୋଧ କରି ଫାଟକରେ ପଡ଼ିଥିବା ତାଲା ଖୋଲିବାକୁ ଦେଇନଥିଲେ।
ଅପରାହ୍ଣରେ ତହସିଲଦାର ନମ୍ରତା ମୋଦୀ, ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ, ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ବଳରାମ ନାୟକ ଓ ଟମକା ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ର ସଦଳବଳ ସ୍କୁଲରେ ପହଞ୍ଚି ଗ୍ରାମବାସୀଙ୍କ ପ୍ରତିନିଧି ବାବୁଲି ଖଟୁଆ, ଟୁକୁ ଖଟୁଆ, ସୁନନ୍ଦା ଦେହୁରୀ, ପ୍ରତାପ ବେହେରା, ଚନ୍ଦନ ଦେହୁରୀ ପ୍ରମୁଖଙ୍କ ସହ ଖୋଲା ଆଲୋଚନା ଓ ବୁଝାସୁଝା ପରେ ଏହାର ଫାଟକ ଓ ସ୍କୁଲ କୋଠରୀରୁ ତାଲା ଖୋଲା ଯାଇଥିଲା। ପ୍ରଶାସନିକ ହସ୍ତକ୍ଷେପ ସତ୍ତ୍ବେ ଗ୍ରାମବାସୀ ଭୋଟ୍ ବର୍ଜନ ନିଷ୍ପତ୍ତିରେ ଅଟଳ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/16-2.jpg)