କମ୍ରେଡ ବୁଧୁରା ମାଡକମର ହତ୍ୟାକୁ ବିରୋଧ କର: ମାଓନେତା ସାଇନାଥ

ମାଲକାନଗିରି: ସୀମାନ୍ତ ଛତିଶଗଡରେ ନକ୍ସଲ ହିଂସାତ୍ମକ ହୋଇପଡିଛନ୍ତି। ତେବେ ନକ୍ସଲଙ୍କୁ ଦମନ କରିବା ପାଇଁ ଛତିଶଗଡ ପୁଲିସ ଏବଂ ସିଆରପିଏଫ ଯବାନ ଲଗାତାର କମ୍ବିଂ ଜାରି ରଖିଛନ୍ତି। ଗତ ୨୫ ତାରିଖ ଦିନ ଦନ୍ତେୱାଡା ଜିଲ୍ଲା କଟେକଲ୍ୟାଣ ଠାରେ ହୋଇଥିବା ଏନକାଉଣ୍ଟରକୁ ନକ୍ସଲ ମିଥ୍ୟା ବୋଲି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।ଦରଭା ଡିଭିଜନର ସଚିବ ସାଇନାଥ ପ୍ରେସ ବିଜ୍ଞପ୍ତି ଜାରି କରି ପୁଲିସର ମିଥ୍ୟ ଏନକାଉଣ୍ଟର ଏବଂ ଗରିବ ଲୋକଙ୍କୁ ନିର୍ଯାତନା ବିଷୟରେ ଉଲ୍ଲେଖ କରିଛନ୍ତି।

ପୁଲିସ କମ୍ରେଡ ବୁଧୁରା ମାଡକମକୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ। ବୁଧୁରା ସେତେବେଳେ କୌଣସି ଅସ୍ତ୍ର ଧରିନଥିଲା। ପୁଲିସ ଚାହିଁଥିଲେ ବୁଧୁରାକୁ ଗିରଫ କରିପାରିଥାନ୍ତା।ପୁଲିସ ବୁଧୁରାକୁ ହତ୍ୟା କରିବା ପରେ ତିନି ଜଣ ସାଥିଙ୍କୁ ଗିରଫ କରି ନେଇଛି। ଆଜି ପର୍ଯ୍ୟନ୍ତ କୋର୍ଟରେ ହାଜର କରାଇ ନାହିଁ ବୋଲି ନକ୍ସଲ ନେତା ଅଭିଯୋଗ କରିଛନ୍ତି। ପୁଲିସ ଦ୍ବାରା ନିରସ୍ତ୍ର ଗ୍ରାମବାସୀଙ୍କୁ ହତ୍ୟା କରିବା ଘଟଣା ଗୋଟିଏ ନୁହେଁ। ମିଥ୍ୟା ଏନକାଉଣ୍ଟର ପୁଲିସର କାମ ଏବଂ ଏହା ବହୁ ପୂର୍ବରୁ କରିଆସୁଛନ୍ତି।ମୁଦେମ ଗ୍ରାମର ଗ୍ରାମବାସୀ ମାଙ୍ଗୁ ମାଡକାମ ଏବଂ ତାଂକର ତିନି ସାଥିଙ୍କୁ ଗତ ଜୁନ ୨୮ ତାରିଖ ଦିନ ଅତର୍କିତ ଗୁଳି ଚଳାଇ ଆହତ କରିଥିଲେ। ମଙ୍ଗୁକୁ ପୁଲିସ ଅତି ନିର୍ଯାତନା ଦେଇ ହତ୍ୟା କରିଥିଲା। ଅନ୍ୟ ତିନି ଜଣଙ୍କୁ ଆହତ ଅବସ୍ଥାରେ ନେଲେ କିନ୍ତୁ କୋର୍ଟରେ ହାଜର କରାଇଲେ ନାହିଁ।

ସେହିପରି ଜୁଲାଇ ୧ ତାରିଖ ଦିନ ବାନକାପାଲ ନିକଟରେ କମ୍ରେଡ କମଲେଶ ମାଡକମକୁ ଧରି ହତ୍ୟା କରିଥିଲେ।୨୪ ଜୁଲାଇଲେ ମୁଲେର ଗ୍ରାମବାସୀ ମାଡବୀ ନନ୍ଦାକୁ ମଧ୍ୟ ପୁଲିସ ତାଂକ ଘରେ ପଶି ହତ୍ୟା କରିଥିଲେ। ଏହି ସବୁ ଘଟଣାରେ ପୁଲିସ ଅତି ନିକଟରୁ ଧରି ହତ୍ୟା କରିବା ପରେ ଗଣମାଧ୍ୟମରେ ଏନକାଉଣ୍ଟରରେ ହତ୍ୟା କରାଯାଇଥିବା ମିଥ୍ୟା ପ୍ରଚାର କରୁଛି। ବସ୍ତର ଅଂଚଳରୁ ଜଳ, ଜମି ଏବଂ ଜଂଗଲକୁ ଲୋକଙ୍କ ଠାରୁ ଛଡାଇ ନେବାକୁ ସରକାର ଏକ ଯୋଜନା ଆପଣେଇଛନ୍ତି। ନକ୍ସଲ ସଂଗଠନର ପିଏଲଜିଏ ଏହାକୁ ବଞ୍ଚାଇବା ପାଇଁ ସଂଘର୍ଷ ଜାରି ରଖିଛି। ଗ୍ରାମବାସୀଙ୍କୁ ସରକାର ଏବଂ ପୁଲିସ ଜଣ ଜଣକୁ ଧରି ହତ୍ୟା କରୁଛି। ସରକାର ସମାଧାନ ଦମନ ଯୋଜନା ଆରମ୍ଭକରି ଲୋକଙ୍କୁ ନିର୍ଯାତନା ଦେବା ସହ ହତ୍ୟା କରି ଚାଲିଛନ୍ତି। ମିଥ୍ୟା ଏନକାଉଣ୍ଟର ଏବଂ ସରକାରଙ୍କର ଗରିବ ଏବଂ ଆଦିବାସୀଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ବିରୋଧ କରିବା ସହ ଜନଆନ୍ଦୋଳନକୁ ଜୋରଦାର କରନ୍ତୁ ବୋଲି ମାଓନେତା ସାଇନାଥ ଦାବି କରିଛି।

ସମ୍ବନ୍ଧିତ ଖବର