ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି

ଭୁବେନଶ୍ୱର : ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ କରିବା ଲାଗି ବିଧାନସଭାର ସ୍ୱତନ୍ତ୍ର ଅଧିେବଶନ ଡାକିବାକୁ ସମାଜବାଦୀ ପାର୍ଟି ଆଜି ଦାବି କରିଛି। ଦଳର ରାଜ୍ୟ ସଭାପତି ରବି େବହେରା ଏକ ପ୍ରେସ ବିଜ୍ଞପ୍ତିେର କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିେର୍ଦଶ ପରେ ଏେବ ପଛୁଆ ବର୍ଗମାେନ ମାତ୍ର ୧୧.୭୫ ପ୍ରତିଶତ ସଂରକ୍ଷଣ ସୁବିଧା ପାଇେବ। ପୌର ନିର୍ବାଚନରେ େଯଉଁ ୧୬୭୬ଟି ଵାର୍ଡରେ ନିର୍ବାଚନ େହବ, େସଥିରେ ପୂର୍ବ ତୁଳନାେର ପଛୁଆ ବର୍ଗ େଲାକମାେନ ୨୬୪ଟି ଵାର୍ଡରେ ପ୍ରାର୍ଥୀ ହେବାରୁ ବଞ୍ଚିତ ହେବେ। େସହିଭଳି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବର୍ତମାନର ୧ଲକ୍ଷ ୧୧ହଜାର ୨୫୯ଟି ପଦବି ମଧ୍ୟରୁ ପଛୁଆ ବର୍ଗର େଲାେକ ପାଖାପାଖି ୧୭ ହଜାର ୫୨୩ଟି ପଦବି ହରାଇବାକୁ ଯାଉଛନ୍ତି।

ଶ୍ରୀ ବେହେରା କହିଛନ୍ତି, ରାଜ୍ୟରେ ୫୪ ପ୍ରତିଶତ ପଛୁଆବର୍ଗଙ୍କ ସ୍ବାର୍ଥକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟର ଏହି ଖଣ୍ଡପୀଠର ରାୟକୁ ବୃହତ୍ତର ସାମ୍ବିଧାନିକ ଖଣ୍ଡପୀଠରେ ବିଚାର ଲାଗି ଆେବଦନ କରିବା ଦରକାର। େଯମିତିକି ପଛୁଆ ବର୍ଗଙ୍କୁ ଦିଆଯାଉଥିବା ୨୭ ପ୍ରତିଶତ ସଂରକ୍ଷମ ନିଶ୍ଚିତ େହବ।

ସମ୍ବନ୍ଧିତ ଖବର