ଭୁବନେଶ୍ବର: ବିଧାନସଭାରେ ସରକାରଙ୍କ ପାଇଁ ଭାରି ପଡୁଛି କି କଂଗ୍ରେସ? ବିେଜପି ତୁଳନାରେ କଂଗ୍ରେସ ଅଧିକ ପ୍ରଚଣ୍ଡ େହଉଛି କି? ବିଜେପି ଶୃଙ୍ଖଳିତ ଓ ଗଠନମୂଳକ ବିରୋଧୀ ଦଳ ଭୂମିକା ନିଭାଇବାକୁ ଚାହୁଁଛି? ନା କିଛି ବାଧ୍ୟ ବାଧ୍ୟକତା ଅଛି?

Advertisment

ବିଧାନସଭାରେ ଗତ କିଛି ଦିନ ଧରି କଂଗ୍ରେସ ଓ ବିେଜପି ବିଧାୟକମାନଙ୍କ ଆଚରଣ ଓ ଉଚ୍ଚାରଣ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଏମିତି ଏକ ଚର୍ଚ୍ଚା ପାଇଁ େଖାରାକ ଯୋଗାଇଛି। ପାଟକୁରା ନିର୍ବାଚନ ପାଇଁ ବିେଜଡି ସଦସ୍ୟଙ୍କ ଉପସ୍ଥାନ ଗୃହରେ କମ ରହୁଥିଲେ ବି ମୁଖ୍ୟ ବିେରାଧୀ ଦଳ ବିଜେପି ଏଥିରୁ େଯଭଳି ଲାଭ ଉଠାଇବା କଥା ଦେଖାଯାଉନାହିଁ। ଓଲଟା ବିଜେପି ତୁଳନାରେ କଂଗ୍ରେସ ଅଧିକ ଆକ୍ରମଣାତ୍ମକ ଥିବା ବାରି େହାଇପଡୁଛି। କଂଗ୍ରେସ ସଂଖ୍ୟାରେ କମ୍ ଥିଲେ ବି ମୁଖ୍ୟ ବିେରାଧୀ ଦଳ ତୁଳନାରେ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଅଧିକ ବ୍ୟସ୍ତ ଓ ବିବ୍ରତ ଏକଥା ପ୍ରମାଣିତ କରିବା ଲାଗି କୌଣସି ସୁେଯାଗ ହାତଛଡ଼ା କରୁନାହିଁ। ଅନ୍ୟପଟେ ଗୃହରେ କିଏ କେତେ ସକ୍ରିୟ ରହିବ, େସ ନେଇ କଂଗ୍ରେସ-ବିେଜପି ବଳ କଷାକଷି କାରଣରୁ ସରକାର ମଧ୍ୟ େସତିକି ଚାପରେ ନାହାନ୍ତି, େଯତିକି ସେମାନେ ମିଳିତ ଭାବେ ଷଣ୍ଢୁଆସୀ ଆକ୍ରମଣ କରିଥିଲେ ରହିଥାନ୍ତେ। କୌତୂହଳର କଥା େହଉଛି, ଏସବୁ ଭିତରେ ମୁଖ୍ୟ ବିେରାଧୀ ଦଳ ବିଜେପି ଫିକା ପଡ଼ିଯାଉଛି।

publive-image

ବିଷ୍ଣୁ-ନରସିଂହ କଥା କଟାକଟି, ବିଜେଡିକୁ ସୁେଯାଗ

ସମ୍ଭବତଃ ଏମିତି ଆଶଙ୍କା କରି ଆଜି ଶୂନ୍ୟକାଳରେ ବିେଜପି ଦଳ ଉପନେତା ବିଷ୍ଣୁ ସେଠୀ ଗୃହରେ ବଡ଼ ପାଟିରେ େଖାଲା ଅସନ୍ତୋଷ ଝାଡ଼ିଥିଲେ। ଶୂନ୍ୟକାଳରେ ସମସ୍ତଙ୍କର ସମାନ ଅଧିକାର ଅଛି ବୋଲି ବାରମ୍ବାର ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କ୍ଷୋଭ ପ୍ରକାଶ କରି କହିଥିଲେ, ବିଜେଡି ଓ କଂଗ୍ରେସ ଯୋଜନାବଦ୍ଧ ଭାବେ ଏମିତି କାମ କରୁଛନ୍ତି। ସେମାନେ (କଂଗ୍ରେସ) ଲଗାତର ତିନି ଜଣ କହିସାରି ଗୃହରେ ପାଟିତୁଣ୍ଡ କଲେ। ବିଜେପିକୁ କହିବା ପାଇଁ ସୁଯୋଗ ମିଳୁନି। ଏସବୁ ଠିକ୍ ହେଉ ନାହିଁ। ଆମେ ଅଚଳାବସ୍ଥା ସୃଷ୍ଟି କଲେ କେହି ସମ୍ଭାଳି ପାରିବେନି ବୋଲି ବି ଧମକାଇଥିଲେ। ଏହା ପରେ ବିଜେପି ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ କଂଗ୍ରେସ ସଭ୍ୟଙ୍କ ଆଚରଣର ପ୍ରତିବାଦ କରିଥିଲେ। ବାଚସ୍ପତି ଗୃହକୁ ଠିକ୍ ଭାବେ ପରିଚାଳନା ନ କଲେ ସେମାନେ କକ୍ଷତ୍ୟାଗ କରିବେ ବୋଲି ଧମକ ଦେଇଥିଲେ। ହେଲେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ବରଂ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ କାରଣରୁ ଗୃହ ମୁଲତବୀ େହାଇଥିଲା।

ଶ୍ରୀ ସେଠୀ ଗୃହ ଭିତରେ ରଖିଥିବା ଅସନ୍ତୋଷ ଓ ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ରଖିଥିବା ବିବୃତିର ପ୍ରତିଜବାବ େଦଇ ଗୃହ ବାହାରେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ଯାହା କହିଥିଲେ, ତାହା ବିଜେପି ପାଇଁ କଟା ଘା’ରେ ଚୂନ ସଦୃଶ। ଶ୍ରୀ ମିଶ୍ର କହିଥିଲେ, ବିଜେପି କାହିଁକି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ଦାବି ଉଠାଉନି? କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଥିଲା ବେଳେ ଶାସକ ଦଳକୁ ସୁରକ୍ଷା ଦେବା ପାଇଁ ବିଜେପି ଅନ୍ୟ ପ୍ରସଙ୍ଗ ଉଠାଉଛି। ମୁଖ୍ୟମନ୍ତ୍ରୀଙ୍କ ଦୟାରେ ବିଜେପି ଜଣଙ୍କୁ ରାଜ୍ୟସଭାକୁ ପଠାଇଛି। ତେଣୁ କିଏ କାହା ସହ ଫିକ୍ସିଂ କରିଛି, ତାହା ରାଜ୍ୟବାସୀଙ୍କୁ ଜଣା। ସ୍ମରଣ ଥାଉକି, ପୂର୍ବରୁ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ବିେରାଧୀ ଦଳ ନେତା ପଦବିକୁ େନଇ ଅସନ୍ତୋଷ ପ୍ରକାଶ କ‌ଲାବେଳେ ପରୋକ୍ଷରେ ରାଜ୍ୟସଭା ନିର୍ବାଚନ ଘା’କୁ ଉଖାରି ଦେଇଥିଲେ। ନିଜ ଦଳ ଭୂମିକା ସଂପର୍କରେ ଅପେକ୍ଷାକୃତ ନିରବ ରହିଥିଲେ ଜୟ ନାରାୟଣ। କିନ୍ତୁ ବିଜେଡି ଆଡ଼କୁ ଆଙ୍ଗୁଠି ଉଠାଇ ରାଜ୍ୟର କେଉଁ ସ୍ବାର୍ଥ ହାସଲ ପାଇଁ ସେମାନେ ସମର୍ଥନ ଦେଲେ, ସେ ନେଇ ପଚାରିବାକୁ ଗଣମାଧ୍ୟମକୁ ପ୍ରବର୍ତାଇଥିଲେ। ଏହାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ନରସିଂହଙ୍କ କଟାକ୍ଷ ପ୍ରସଙ୍ଗକୁ ପୁଣି ଆେଲାଚନା ଭିତରକୁ ଆଣିଛି।

ଉଲ୍ଲେଖଯୋଗ୍ୟ, ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ େସାମବାର ବିଜେପି ବିଧାୟକମାେନ ପ୍ରଶ୍ନକାଳକୁ ଅଚଳ କରିଦେଇଥିଲେ। ବାଚସ୍ପତି ପ୍ରଶ୍ନକାଳ ଚଳାଇ ନପାରି ଗୃହ ମୁଲତବୀ ରଖିଥିଲେ। ହେଲେ ବିଜେପି ବିଧାୟକ ପ୍ରଶ୍ନକାଳରେ ଦେଖାଇଥିବା ତାଉ ଶୂନ୍ୟକାଳରେ ନଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ରାଜ୍ୟ ସରକାରଙ୍କୁ ସମାେଲାଚନା କରିଥିଲେ ସତ, କିନ୍ତୁ ବିେଜପି ସଭ୍ୟମାେନ ନିଜ ନିଜ ସ୍ଥାନରେ ନିରବରେ ବସି ରହିଲେ, େଯତେବେଳେ କଂଗ୍ରେସକୁ ବାଚସ୍ପତି ଶୁଣୁଥିଲେ। େସାମବାର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଗର୍ଜନ ତର୍ଜନ କରିଥିଲେ। ଶ୍ରୀ ମିଶ୍ରଙ୍କ ବକ୍ତବ୍ୟ େଶଷ ପରେ କଂଗ୍ରେସର ହାତ ଗଣତି ସଭ୍ୟ ଏମିତି ଗୃହକୁ ଥରାଇ ଦେଇଥିଲେ େଯ ବାଚସ୍ପତି ବାରମ୍ବାର ମୁଲତବୀ କରିଥିଲେ। କଂଗ୍ରେସ ହଟ୍ଟଗୋଳ କରିବା ସମୟରେ ବିେଜପି ଏଥିରେ ସାମିଲ େହାଇନଥିଲା। ତଥାପି ଏକୁଟିଆ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରେ ଅଟଳ ରହିଥିଲା। ବାଚସ୍ପତି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବେ େବାଲି ରୁଲିଂ ଦେଇଥିଲେ ହେଁ, କଂଗ୍ରେସ ଚାପରେ ନିଷ୍ପତ୍ତି ବଦଳିଥିଲା। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଏ ପ୍ରସଙ୍ଗରେ ବିବୃତି ରଖିବାକୁ ବାଧ୍ୟ େହାଇଛନ୍ତି।
ମଙ୍ଗଳବାର ସ୍ଥିତି ଓଲଟିଥିଲା। ଆଜି ବି ହାଇେକାର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ଉଠାଇ କଂଗ୍ରେସ ଶୂନ୍ୟକାଳରେ ହଙ୍ଗାମା କରିଥିଲେ। ଗୃହ ବାହାରେ ଏହି ପ୍ରସଙ୍ଗରେ ଆନ୍ଦୋଳନ କରୁଥିବା ଓକିଲଙ୍କ କଥାକୁ କଂଗ୍ରେସ ବିଧାୟକ ଗୃହ ସାମ୍ନାକୁ ଆଣିବା ପରେ ଅଚଳପ୍ରାୟ କରିଦେଇଥିଲେ। ବିଜେପିକୁ ସୁେଯାଗ ମିଳିନଥିଲା। ପରିଣାମ ହେଲା, ବଲାଙ୍ଗୀର ଜିଲ୍ଲାର େଲାଇସିଂହା ଆସନରୁ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଗୃହରେ ଉପସ୍ଥିତ ଥିଲେ ବି ନିଜ ଜିଲ୍ଲାର ଦାବିରେ ତାଙ୍କ ଭାଗ ରଖିପାରିନଥିଲେ।

ରାଜନୈତିକ ମହଲର କହିବା କଥା େହଉଛି, ବିଧାନସଭାରେ ଦୁଇ ବିେରାଧୀ ଦଳର ଫାଟ ବିଜେଡିକୁ େଢର୍ ସୁହାଉଛି। କଂଗ୍ରେସ ସଭ୍ୟ ଗୃହରେ ଅଧିକ ଶାଣିତ ଆକ୍ରମଣ କରି େକଉଁଠି ନା େକଉଁଠି ବିେଜପିକୁ ନିଷ୍ପ୍ରଭ କରି େଦଉଛନ୍ତି। କାରଣ, କଂଗ୍ରେସର ପ୍ରଥମ ଶତ୍ରୁ ବିଜେଡି େହାଇପାରେ। କିନ୍ତୁ ବିଜେପି ମଧ୍ୟ ମିତ୍ର ନୁେହଁ। ଏହି ଫର୍ମୁଲାରେ କଂଗ୍ରେସ ଯାଉଛି। ସୂଚନାେଯାଗ୍ୟ, ପଞ୍ଚମ ପାଳି ସରକାରରେ ବିଧାନସଭାରେ ବିେଜଡିର ସଂଖ୍ୟା ୧୧୧। ବିେଜପି ହାତରେ ୨୩ ଓ କଂଗ୍ରେସର ୯ଜଣ ବିଧାୟକ ଅଛନ୍ତି। ଆସନ୍ତା ୨୦ ତାରିଖ ଦିନ ପାଟକୁରା ନିର୍ବାଚନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଛାଡିବା ପରେ ସେ ଆସନଟି ଖାଲି ପଡିଛି। ଅତଏବ ବିଧାନସଭାର ସଭ୍ୟ ସଂଖ୍ୟା ଏବେ ୧୪୫ ରହିଛି। ଏଣୁ ଉଭୟ ଦଳକୁ ଯଥାସମ୍ଭବ ବିଭାଜିତ କରି ରଖି ଶାସକ ଦଳ କେବଳ ଲାଭରେ ହିଁ ଲାଭରେ।