କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନୀତ କଲେ ବିରୋଧୀ ଦଳ ନେତା

ଭବାନୀପାଟଣା : କରୋନା ମହାମାରି ଦିନକୁଦିନ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ସରକାର ଓ ପ୍ରଶାସନ ସମସ୍ତଙ୍କୁ ଘରେ ରହିବା ଓ ସୁରକ୍ଷିତ ରହିବା ପାଇଁ ନିବେଦନ କରୁଛନ୍ତି । ଏହି କରୋନା ମହାମାରି ସମୟରେ କରୋନାକୁ ଖାତିର ନକରି ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନୱାଡି, ପୁଲିସ, ସାମ୍ବାଦିକ ଓ ସଫେଇ କର୍ମଚାରୀମାନେ ନିଜର ଜୀବନକୁ ବାଜିରେ ଲଗେଇ ପରିବାରକୁ ଛାଡି ନିଜ କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ ରୂପେ ପାଳନ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ପ୍ରଫେସର ଭୁବନେଶ୍ୱର ବେହେରା ୟୁଥ ଅର୍ଗାନାଇଜେସନ ଓ ମହର୍ଷି ପରାସର ଏକାଡେମୀ ପକ୍ଷରୁ ଭବାନୀପାଟଣା ସହରସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାୟକ, ସମ୍ମାନିତ ଅତିଥି ଭବାନୀପାଟଣା ପୌରପାଳିକା ନିର୍ବାହି ଅଧିକାରୀ ବିଶ୍ୱମ୍ବର ମିଶ୍ର ଯୋଗଦେଇ କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନୀତ କରିଥିଲେ। କୋଭିଡ୍ ନିୟମ ଅନୁସାରେ ସାମାଜିକ ଦୂରତ୍ୱ ବଜାୟ ରଖି ସମସ୍ତ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

ସମ୍ବନ୍ଧିତ ଖବର