ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଯାଞ୍ଚ କରିବାକୁ ଦାବି କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲି ଏହାର ଅଳଙ୍କାରର ସଠିକ୍ ଯାଞ୍ଚ କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବି କରିଛନ୍ତି । ସେ ଏଥିରେ ଦର୍ଶାଇଛନ୍ତି ଯେ ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ସହ ସାଢ଼େ ଚାରି କୋଟି ଓଡିଆଙ୍କ ଭାବାବେଗ ଜଡିତ ରହିଛି।୨୦୧୮ ଜୁନ ମାସରେ ରତ୍ନଭଣ୍ଡାର ଚାବି ହଜିବାପରେ ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଏବଂ ଚାବି ହଜିବା ପରେ ରତ୍ନଭଣ୍ଡାର ଭିତରେ ପ୍ରକୃତରେ ମହାପ୍ରଭୁଙ୍କର ଅଳଙ୍କାର ରହିଛି କି ଏହାର ଯାଞ୍ଚ କରି ପ୍ରକୃତରେ ସୁନା ଗହଣା ସବୁ ସୁରକ୍ଷିତ ଅଛି କି ନାହିଁ ତାହା ଜାଣିବାଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ରତ୍ନଭଣ୍ଡାରର ଭିତର ଗୃହର ଅଳଙ୍କାର ସଂପର୍କରେ ୧୯୭୮ ମସିହାରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା, ସେହି ତାଲିକା ସହିତ ଏବେର ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯାଇ ଉଭୟର ତାଳମେଳ ଯାଞ୍ଚ କରାଯାଇ ତାକୁ ସାର୍ବଜନିନ କରିବାକୁ ବି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଦାବି କରିଛନ୍ତି।

Image result for jagannath temple puri

ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ୨୦୧୮ ମାର୍ଚ୍ଚ ୨୨ ରେ ରତ୍ନଭଣ୍ଡାର ଚାବି ହଜିଥିବା କଥା ପ୍ରଶାସନ ସ୍ୱୀକାର କରିବାପରେ ଜୁନ ୮ରେ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରିଥିଲେ ମାତ୍ର ସେଥିରୁ କୌଣସି ସୁଫଳ ମିଳି ନାହିଁ।

ସମ୍ବନ୍ଧିତ ଖବର