ଗୃହ ଚାଲିବା ପାଇଁ ବିରୋଧୀ ଦଳଙ୍କ ସର୍ତ୍ତ : ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ, ଦିବ୍ୟଶଙ୍କର ଇସ୍ତଫା ଦିଅନ୍ତୁ  

ଭୁବନେଶ୍ବର : ମମିତା ପ୍ରସଙ୍ଗରେ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଆଜି ଅପରାହ୍ଣରେ ବିରୋଧୀ ଦଳର ବିଧାୟକମାନେ ପୁଣି ଘଣ୍ଟ ପିଟିଛନ୍ତି । ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପୁଣି ଥରେ ସର୍ବଦଳୀୟ ବୈଠକ ଡାକିଥିଲେ । ଏହା ପରେ ସେ  ଆସନ୍ତା କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଦେଇଛନ୍ତି ।

ଅନ୍ୟପକ୍ଷରେ ସର୍ବଦଳୀୟ ବୈଠକରେ ଗୃହ ଚଳାଇବାକୁ ବିରୋଧୀ ଦଳ ପକ୍ଷରୁ  ବିଜେପି ଓ କଂଗ୍ରେସ ପକ୍ଷରୁ ସରକାରଙ୍କ ଆଗରେ ୩ଟି ସର୍ତ୍ତ ରଖାଯାଇଛି । ପ୍ରଥମ ସର୍ତ୍ତ ହେଉଛି ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ । ଦ୍ବିତୀୟ ସର୍ତ୍ତ ହେଉଛି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ । ୩ୟ ସର୍ତ୍ତଟି ହେଉଛି ଯଦି ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ, ତାହା ହେଲେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଗୃହରେ ଅନୁପସ୍ଥିତ ରୁହନ୍ତୁ ।

ସୂଚନାଯୋଗ୍ୟ ଯେ ମମିତ ହତ୍ୟାକାଣ୍ଡ ପ୍ରସଙ୍ଗରେ ଗତ ପ୍ରାୟ ଏକ ସପ୍ତାହ ହେଲା ବିଧାନସଭାକୁ ବିରୋଧୀ ଦଳମାନେ ଅଚଳ କରିଦେଇଛନ୍ତି । ବାଚସ୍ପତିଙ୍କ ବାରମ୍ବାର ସର୍ବଦଳୀୟ ବୈଠକ ସତ୍ତ୍ବେ କୌଣସି ସୁଫଳ ମିଳିପାରୁନାହିଁ ।

ସମ୍ବନ୍ଧିତ ଖବର