ନାବାଳିକା ଦୁଷ୍କର୍ମ, ନିଖୋଜ ଘଟଣା : ଗର୍ଜିଲେ ବିରୋଧୀ

‘ସବୁଦିନ ସମସ୍ତଙ୍କୁ ଠକି ପାରିବନି’

ଅପରାଧୀ ପୁଲିସକୁ ବନ୍ଧୁ ବୋଲି ଭାବିଲେଣି: ପ୍ରଦୀପ୍ତ
ଗୃହକମିଟି ଗଠନ କର, ୨ ପି ମନ୍ତ୍ର ପାଳନ କର: ନରସିଂହ
ଅପରାଧ କମିଛି, ଆଇନଶୃଙ୍ଖଳା ନିୟନ୍ତ୍ରଣାଧୀନ: ମନ୍ତ୍ରୀ

ଭୁବନେଶ୍ବର : ପଦ୍ମପୁରରେ ଜଣେ ଯୁବକ ନିେଖାଜ େହାଇଥିଲେ। ପରବର୍ତୀ ସମୟରେ ଜଣାପଡ଼ିଥିଲା େଯ େସ େକାଲକାତା ଚାଲିଯାଇଥିେଲ। ଏବେ େଫରିଲେଣି। େହଲେ ସଂପୃକ୍ତ ଯୁବକଙ୍କୁ ହତ୍ୟା କରିଥିବା ଅଭିେଯାଗରେ ଦୁଇଜଣ ଏବେ ବି ଜେଲରେ ଅଛନ୍ତି। ଏମିତି କେମିତି ହେଲା?

୨୦୧୯ ଜାନୁଆରି ୧ ତାରିଖରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ପରିସଂଖ୍ୟାନ ଦେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ନାବାଳିକା ଦୁଷ୍କର୍ମ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଓଡ଼ିଶାରେ ଏହି ସମୟ ମଧ୍ୟରେ ୧୦୦୫ଟି ଘଟଣା ଘଟିଛି। ଅର୍ଥାତ୍ ଦିନକୁ ୫ ଜଣ ନାବାଳିକାଙ୍କୁ ରାଜ୍ୟରେ ଦୁଷ୍କର୍ମ କରାଯାଇଛି। ପରିସଂଖ୍ୟାନରେ ଉତ୍ତରପ୍ରଦେଶ ଆଗରେ ଥିେଲ ବି େଲାକସଂଖ୍ୟାକୁ ବିଚାରକୁ ନେଲେ ସାରା ଦେଶରେ ଓଡ଼ିଶା ୧ ନମ୍ବର ସ୍ଥାନରେ।

ତଥାପି ସରକାର ତଥ୍ୟ ରଖି ଦାବି କରୁଛନ୍ତି େଯ ରାଜ୍ୟରେ ଆଇନଶୃ୍ଙ୍ଖଳା ପରିସ୍ଥିତି ଠିକ୍ ଅଛି। ବିେରାଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଓ କେଂଗ୍ରସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ବିଧାନସଭାରେ ଏମିତି ଯୁକ୍ତି ରଖି ରାଜ୍ୟରେ ଆଇନଶୃଙ୍ଖଳା କିଭଳି ବିଗିଡ଼ିଗଲାଣି, େସ େନଇ ଅଭିେଯାଗର ପାହାଡ଼ ଲଦିଥିଲେ। ଅସନ୍ତୋଷ ଝାଡ଼ି କହିଥିଲେ, ନାରୀ ସୁରକ୍ଷାର ନାରାବାଜି କରୁଥିବା ସରକାର ଅମଳରେ ରାଜ୍ୟରେ ନାବାଳିକା ଦୁଷ୍କର୍ମ ଓ ନିେଖାଜ ଘଟଣା ବୃଦ୍ଧି ପାଉଥିବା ବେେଳେ ପୁଲିସ ହାତ ବାନ୍ଧି ବସିଛି। ଅପରାଧୀ ଓ ଗୁଣ୍ଡାଙ୍କୁ ପୁଲିସ ଧରିବା ପରିବର୍ତେ ତାଙ୍କ ବନ୍ଧୁ େବାଲି ଭାବୁଛି। ସୁପ୍ରିମକୋର୍ଟଙ୍କ ବାରମ୍ବାର ତାଗିଦ ପରେ ବି ପୁଲିସ ରାଜନୈତିକ ହସ୍ତକ୍ଷେପରୁ ମୁକୁଳି ପାରୁନାହିଁ।

ଅନ୍ୟପକ୍ଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତଥ୍ୟ ରଖିଥିେଲ େଯ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିଛି ଓ ନିୟନ୍ତ୍ରଣାଧୀନ ରହିଛି।
ରାଜ୍ୟରେ ନାବାଳିକା ଅସଦାଚରଣ େରାକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ। ଏମିତି ପ୍ରସଙ୍ଗରେ ଆଜି ଉଭୟ ବିଜେପି ଓ କଂଗ୍ରେସର ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉତ୍ତର ରଖିଥିେଲ। ଏହି ପ୍ରସଙ୍ଗରେ ଗତ ଦୁଇଦିନ ଧରି ବିଧାନସଭାରେ ଅଚଳାବସ୍ଥା େଦଖାଦେଇଥିଲା।

ମୁଲତବୀ ପ୍ରସ୍ତାବ ଆେଲାଚନା ଆରମ୍ଭ କରି ବିେରାଧୀ ଦଳ ନେତା ଶ୍ରୀ ନାୟକ କହିଥିେଲ, ମୁଖ୍ୟମନ୍ତ୍ରୀଙ୍କୁ କିଏ ପଥର ଫିଙ୍ଗିଦେଲେ ଦଫା ୩୦୭ ଲାଗୁଛି। ଆେନ୍ଦାଳନ ପାଇଁ ଚାଷୀ ଭୁବନେଶ୍ବର ଆସିଲେ ୩୦୭ ଦଫା ଲାଗିବ। ପୁଲିସ ମାମଲାରେ ଏମିତି େଯାଖିଦେବ େଯ ନିକଟ ଭବିଷ୍ୟତରେ ଆଉ ବାହାରିପାରିବ ନାହିଁ। ବନ୍ଧୁବର୍ଗଙ୍କୁ ବି ବାନ୍ଧି ପକାଇବେ। ହେଲେ ଅସଲ କଥା େହଲା, ପୁଲିସ ବା ଗୁଣ୍ଡାକୁ କେହି ଆଉ ଡରୁନାହାନ୍ତି। ସଟ୍ଟା େଖଳାଳି ବି ବନ୍ଧୁ ଭାବେ ବିଚାର କଲେଣି। ବିଟ୍ରିସ ପୁରୁଣା ଆଇନରୁ ସରକାର ବାହାରି ପାରୁନାହାନ୍ତି। େକନ୍ଦ୍ର ସରକାର ମଡେଲ ପୁଲିସ ଆଇନ ପଠାଇଲେ। ବିେରାଧୀ ଦଳକୁ ବିଶ୍ବାସକୁ ନ ନେଇ ଏହାକୁ ଅନୁମୋଦନ ଦିଆଗଲା। ରାଜ୍ୟପାଳ ଆପତ୍ତି ଉଠାଇ େଫରାଇ ଦେଇଛନ୍ତି, ତା ପରେ ଆଉ ପଦକ୍ଷେପ ନିଆଯାଉନାହିଁ।

ଶ୍ରୀ ନାୟକ କହିଥିଲେ, ଅଗମ୍ୟ ଅଞ୍ଚଳରେ ଏହି ନାବାଳିକା ନିେଖାଜ ଓ ଦୁଷ୍କର୍ମ ଘଟଣା ଥାନାକୁ ଆସିପାରୁନାହିଁ। େଲାକେ େଲାକଲଜ୍ଜା ଭୟରେ ଚୁପ ରହୁଛନ୍ତି। େରଙ୍ଗାଳିର େଗାଟିଏ ଝିଅକୁ ବିଲରୁ ଉଠାଇ େନଇ ଦୁଷ୍କର୍ମ କରାଗଲା। ବୁର୍ଲାରେ ସେ ଏବେ ଯନ୍ତ୍ରଣା ପାଉଛି। କ୍ଷମତା ଅପବ୍ୟବହାର େହଉଛି େବାଲି ସେ ଅଭିେଯାଗ କରିଥିଲେ।
ଦଳ ପକ୍ଷରୁ ବିଧାୟକ ବିଷ୍ଣୁ େସଠୀ, େମାହନ ମାଝୀ ପ୍ରମୁଖ ତଥ୍ୟ ଦେଇ ନାବାଳିକା ନିେଖାଜ ଓ ଦୁଷ୍କର୍ମ ଘଟଣାେର ସରକାରଙ୍କୁ କଠୋର ଭାଷାରେ ସମାେଲାଚନା କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ମହିଳା ଓ ନାବାଳିକା ଅତ୍ୟାଚାର କମିଯାଉଛି େବାଲି ସରକାରଙ୍କ ତଥ୍ୟ ଦୁର୍ଭାଗ୍ୟଜନକ, ନିନ୍ଦନୀୟ। ଗୃହକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରାଯାଉଛି। ସରକାର ତଥ୍ୟ ରଖୁଛନ୍ତି ୨୦୧୮ ତୁଳନାେର ୨୦୧୯ରେ ୫.୯% ଦୁଷ୍କର୍ମ କମିଛି। ସୁପ୍ରିମକୋର୍ଟଙ୍କ ତଥ୍ୟ ଜୁନ େଶଷଯାଏ ଅଛି। ସରକାରଙ୍କ ତଥ୍ୟ େମ ଯାଏ (୯୩୭ ଦୁଷ୍କର୍ମ)। େଗାଟିଏ ମାସରେ ଏତେ ସଂଖ୍ୟାରେ କେମିତି ବଢ଼ିଗଲା? ଏଭଳି ତୁଳନା କାହିଁକି େହଲା? ସରକାର ସମସ୍ତଙ୍କୁ ସବୁଦିନ ଠକି ପାରିବେନି େବାଲି ସତର୍କ କରାଇ ଶ୍ରୀ ମିଶ୍ର ଆହୁରି କହିଥିଲେ, ଏତେ କଥା ଦେଲେ। କେତେଜଣ ଦଣ୍ଡିତ େହାଇଛନ୍ତି, େସ ତଥ୍ୟ କାହିଁକି ଦିଆଗଲାନାହିଁ? ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଉଥିବା େଶ୍ବତପତ୍ରରୁ ବି ଏ ତୁଳନାତ୍ମକ ଚିତ୍ର ଉଭାନ େହାଇଗଲାଣି। ଜାଣିଶୁଣି ତଥା ଉଦ୍ଦେଶ୍ୟମୂଳକ ଭାବେ ଏ ତଥ୍ୟ ଦିଆଯାଉନାହିଁ। ସରକାର ମାନିଗଲେ କଣ ଆକାଶ ଛିଣ୍ଡି ପଡ଼ିଥାନ୍ତା? ସରକାର ଯଦି ଆତ୍ମସନ୍ତୋଷ ଲାଭ କରୁଛନ୍ତି, ତେବେ ବିପର୍ଯ୍ୟୟ ଘଟିବ ହିଁ ଘଟିବ।

ପରିସଂଖ୍ୟାନ େଦଇ ଶ୍ରୀ ମିଶ୍ର ପ୍ରତିବର୍ଷ କେତେ କେତେ ଦୁଷ୍କର୍ମ ଘଟଣା ଘଟିଛି, ତାହା ଗୃହକୁ ଜଣାଇଥିଲେ। କହିଥିଲେ, ଦିନକୁ ୭ଜଣ ଦୁଷ୍କର୍ମର ଶିକାର େହଉଛନ୍ତି, ବର୍ଷକୁ ୬ ଜଣଙ୍କୁ ଦଣ୍ଡବିଧାନ େହଉଛି। କାହିଁକି ଦଣ୍ଡବିଧାନ େହାଇପାରୁନାହିଁ? ଯିଏ ସାକ୍ଷୀ ତାହାକୁ ସୁରକ୍ଷା ଦିଆଯାଉନାହିଁ। େକାର୍ଟରେ ବସିବାକୁ ଦିଆଯାଉନାହିଁ। ପାଣି ମୁନ୍ଦେ କେହି େଦବେନି। ପୁଲିସ ଡାଏରି ଲେଖିବା ବେଳକୁ ତ୍ରୁଟି। ଏମିତିରେ ଦଣ୍ଡବିଧାନ କେମିତି େହବ? କ୍ୟାଡର ପିପି ନିଯୁକ୍ତି ନିତାନ୍ତ ଆବଶ୍ୟକ।

ନାରୀ ନିର୍ଯାତନା ଓ ଦୁଷ୍କର୍ମ ଘଟଣାକୁ ହ୍ରାସ କରିବାକୁ ଶ୍ରୀ ମିଶ୍ର ନୂଆ ମଡେଲ ଗୃହ ସାମ୍ନାରେ ରଖିଥିଲେ। କହିଥିଲେ, ରାଜ୍ୟରେ ‘ଥ୍ରି-ପି’ ଅର୍ଥାତ୍ ପ୍ରିଭେନସନ୍, ପ୍ରୋସିକ୍ୟୁସନ ଓ ପନିସ୍‌ମେଣ୍ଟ ମଡେଲ କାର୍ଯ୍ୟକାରୀ କରାଯିବା ଦରକାର। କାରଣ ନାରୀ ନିର୍ଯାତନାର ବିଭିନ୍ନ ମାମଲାରେ ଦଣ୍ଡ ବିଧାନ ହାର ମାତ୍ର ୬.୧ ପ୍ରତିଶତ। ଏହା ଚିନ୍ତାଜନକ ବିଷୟ ଏବଂ ଏହା ହିଁ ଅଭିଯୁକ୍ତଙ୍କୁ ଅଧିକ ପ୍ରୋତ୍ସାହିତ କରୁଛି। ଏଣୁ ତୁରନ୍ତ ସରକାର ଗୃହ କମିଟି ଗଠନ କରନ୍ତୁ। ଏହି କମିଟି ସବୁ ଦିଗକୁ ଅନୁଧ୍ୟାନ କରି ରିେପାର୍ଟ ଦେବ। କଂଗ୍ରେସ ପକ୍ଷରୁ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଆଲୋଚନାରେ ଭାଗ ନେଇ ଗର୍ଜିଥିଲେ।

ଅନ୍ୟପକ୍ଷରେ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବରେ ଭାଗ େନଇଥିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ, ଶଶିଭୂଷଣ େବହେରା, ସ୍ନେହାଙ୍ଗିନି ଛୁରିଆ ଓ ପ୍ରଶାନ୍ତ ମୁଦୁଲି। ସେମାନେ ବିେରାଧୀଙ୍କ ଅଭିେଯାଗକୁ ଖଣ୍ଡନ କରିବାକୁ ଉଦ୍ୟମ କରିଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ସ୍ବାସ୍ଥ୍ୟ ଭଲ ଅଛି େବାଲି ପରିସଂଖ୍ୟାନ େଦଇ ଯୁକ୍ତି ବାଢିଥିେଲ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ, ୨୦୧୯ େମ’ ସୁଦ୍ଧା ୯୩୭ ଧର୍ଷଣ ମାମଲା ପଞ୍ଜୀକୃତ େହାଇଥିଲା। ୨୦୧୮ରେ ଏହି ସମୟସୀମା ସୁଦ୍ଧା ଏହି ସଂଖ୍ୟା ଥିଲା ୯୯୬। ସେହିଭଳି ନାବାଳିକା ଦୁଷ୍କର୍ମ ମାମଲା ବି କମିଛି। ମନ୍ତ୍ରୀ କହିଥିଲେ, ମହିଳା ଓ ଶିଶୁଙ୍କ ପ୍ରତି େହଉଥିବା ଅତ୍ୟାଚାର େରାକିବା ପାଇଁ ୫୩୭ଟି ଥାନାରେ ମହିଳା ଓ ଶିଶୁ େଡସ୍କ େହାଇଛି। ନାବାଳିକା ନିେଖାଜ ମାମଲାର ତଦନ୍ତ ପାଇଁ ୨୯ଟି ୟୁନିଟ୍ କାମ କରୁଛି। ଏ ସଂକ୍ରାନ୍ତ ମାମଲାର ତ୍ବରିତ ତଦନ୍ତ ଲାଗି ସରକାର େରଡ୍ ଫ୍ଲାଗ୍ ମାନ୍ୟତା େଦଉଛନ୍ତି। େଦାଷୀ ସାବ୍ୟସ୍ତ ହାର ୪୨.୧୪ ପ୍ରତିଶତ ରହିଛି। ସାକ୍ଷୀଙ୍କ ସୁରକ୍ଷା ପାଇଁ ସରକାର ଇତିମଧ୍ୟରେ ବ୍ୟବସ୍ଥା କରିସାରିଲେଣି। ସବୁ ଦୋଷାେରାପ ଫର୍ଦର କମ୍ପ୍ୟୁଟରୀକରଣ କରାଯିବ।

ସେହିଭଳି ଭବାନୀପାଟଣା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ େହାଇଛି। ଅନୁଗୁଳ ଘଟଣାରେ ବି ଗିରଫ େହାଇଛନ୍ତି। ମନ୍ତ୍ରୀଙ୍କ ଉତ୍ତର କିନ୍ତୁ ବିେରାଧୀଙ୍କୁ ସନ୍ତୁଷ୍ଟ କରିପାରିନଥିଲା। େସମାନେ କକ୍ଷତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର